fbpx

ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା

ଜୟପୁର,୨୯ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର କବଳରୁ ରକ୍ଷା ପାଇପାରୁନାହାନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କରୋନାର ଶିକାର ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହଲଟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଜି ସକାଳେ କରୋନା ପଜିଟିଭ ନେଇ ମୁଖ୍ୟମନ୍ତ୍ରୀ ଗେହଲଟ୍ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋଭିଡ ଟେଷ୍ଟ କରିବା ପରେ ଆଜି ମୋର ରିପୋର୍ଟ ପଜିଟିଭ ଆସିଛି । କରୋନାର କୌଣସି ଲକ୍ଷଣ ନଥିବା ବେଳେ ଏବେ ମୁଁ ସୁସ୍ଥ ଅଛି । କୋଭିଡ ପ୍ରୋଟୋକଲ ଅନୁସରଣ କରି ଆଇସୋଲେସନରେ ରହି କାର୍ଯ୍ୟ ଜାରି ରଖିବି ।’

Get real time updates directly on you device, subscribe now.