fbpx

ଠେଲା ଗାଡ଼ି ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ଶିବରାଜ… ଲୋକଙ୍କୁ ମାଗିବେ ଖେଳନା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ହାତରେ ଠେଲା ଧରି ଭୋପାଳ ରାସ୍ତାରେ ନଜର ଆସିବେ । ଖାଲି ସେତିକି ନୁହେଁ ସେ ଲୋକଙ୍କୁ ଖେଳନା ଦେବା ପାଇଁ ମଧ୍ୟ କହିବେ । ପ୍ରକୃତରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗରିବ ପିଲାଙ୍କ ପାଇଁ ନେଇଛନ୍ତି । ସେ ଶୁକ୍ରବାର ଭିଣ୍ଡ ଏବଂ ସିଧୀର କଲେକ୍ଟରଙ୍କ ସହ ଭିଡିଓ କନ୍ଫରେନ୍ସିଂ ସମୟରେ ନିଜର ସମ୍ବୋନ୍ଧନରେ ଏଭଳି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଭିଣ୍ଡ କଲେକ୍ଟରଙ୍କୁ କହିଛନ୍ତି ଯେ ମୁଁ ହାତରେ ଠେଲା ଧରି ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ପାଇଁ ଖେଳନା ଆଣିବା ପାଇଁ ବାହାରିବି । ଏହାଦ୍ୱାରା ଲୋକଙ୍କୁ ଯୋଡ଼ିବା ମୋର ଏହି ମିଶନ । ସମାଜରେ ସଚେତନତା ଆଣିବା ଆବଶ୍ୟକ ।

ସରକାର ଏବଂ ପୋଷଣ ଗୋଟିଏ ପାର୍ଶ୍ୱ, କିନ୍ତୁ ଜନଭାଗୀଦାରୀ ଯୋଡ଼ିବା ଏବଂ ଲୋକଙ୍କ ମନରେ ଏହି ଆବଶ୍ୟକତା ସୃଷ୍ଟି କରିବା ଯେ ଆମର ପିଲାମାନେ କୁପୋଷିତ ରହିବେନି, ଏହା ଅନ୍ୟ ପାଶ୍ୱର୍ । ଆପଣ ବି ଭିଣ୍ଡ ପାଇଁ ଯୋଜନା କରନ୍ତୁ, ଅଙ୍ଗନବାଡ଼ି କେନ୍ଦ୍ରରେ ଅନେକ ଜିନିଷର ଆବଶ୍ୟକତା ରହିଛି । ଅନେକ ଜାଗାରେ ଖେଳନା ନାହିଁ । ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବର୍ତ୍ତମାନ ରାଜ୍ୟରେ ବୈଠକ ସମୟରେ ଅଧିକାରୀଙ୍କୁ କ୍ଲାସ ନେଉଛନ୍ତି ।

Get real time updates directly on you device, subscribe now.