fbpx

ବଢ଼ିବ କି ଲକଡାଉନ୍ ଅବଧି: ୪ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନର ମୃତ୍ୟୁ ସଂଖ୍ୟା ପ୍ରଶାସନକୁ ଚିନ୍ତାରେ ପକାଉଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି କରୋନାର ଦ୍ୱିତୀୟ ଲହରକୁ ନେଇ ମୁଖ୍ୟ ଶାସନ ପ୍ରେସମିଟ୍ କରିବେ ବୋଲି ସୁଚନା ମିଳିଛି । ଏଥିରେ ଏନଏଚଏମ୍ ନିର୍ଦ୍ଦେଶିକା ଏବଂ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । ତେବେ ଏହି ପ୍ରେସମିଟ୍ ରେ ମୁଖ୍ୟ ଶାସନ ସଚିବ କରୋନା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ପାରନ୍ତି ବୋଲି ଆଶା ପ୍ରକାଶ କରାଯାଉଛି । କାରଣ ରାଜ୍ୟରେ ଯେଉଁଭଳି ଭାବରେ ସଂକ୍ରମିତଙ୍କ ବୃଦ୍ଧିପାଇବାରେ ଲାଗିଛି, ତାହା ଯଦି ଏହିପରି ଭାବରେ ଜାରି ରହେ ତେବେ ଲୋକ ମାନଙ୍କର ଜୀବନ ପ୍ରତି ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ଗତ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସରକାର ଲକଡାଉନ୍ ଲାଗୁ କରୁଥିଲେ । ହେଲେ ଏହାସତ୍ତେ୍ୱ କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରିଲା ନାହିଁ । ବର୍ତ୍ତମାନ ସମୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ପାର୍ କରୁଛି । ତେଣୁ ଆଜିର ପ୍ରେସମିଟ୍ ରେ ସରକାର ଜାରି ରହିଥିବା ଲକଡାଉନ୍ ର ଅବଧିକୁ ବଢ଼ାଇ ପାରନ୍ତି । ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଏ ବିଷୟରେ ମତ ଦେଇଛନ୍ତି ଯେ, ଓଡିଶାରେ ଆଉ ୧୪ ଦିନ ଲକଡାଉନ୍ କୁ ବଢ଼ାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ବାହାର ରାଜ୍ୟ ମାନଙ୍କରେ ସଂକ୍ରମଣ ହାର କମୁନଥିବାରୁ ସେଠାକାର ସରକାର ଲକଡାଉନ୍ କୁ ବୃଦ୍ଧି କରିସାରିଛନ୍ତି । ତେଣୁ ଓଡିଶାରେ କରୋନା ମହାମାରୀର ସମାନ ସ୍ଥିତି ପରିଲକ୍ଷିତ ହେଉଥିବାରୁ ରାଜ୍ୟ ସରକାର ଏହି ସଂକ୍ରାନ୍ତରେ କିଛି ବଡ ନିଷ୍ପତି ନେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.