fbpx

୫ ମାସ ୩୨ ଦିନ ପାଇଁ ବିବାହ ଅବୈଧ ଘୋଷଣା କରିଦେଲେ ପଞ୍ଜାବ ହାଇକୋର୍ଟ

ହରିୟାଣା: ବାଲ୍ୟ ବିବାହକୁ ନେଇ ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ବାଲ୍ୟ ବିବାହକୁ ମାନ୍ୟତା ଦିଆଯିବ ଯଦି ନାବାଳିକା ଏହି ବିବାହକୁ ନିଜ ତରଫରୁ ୧୮ ବର୍ଷ ପରେ ଅମାନ୍ୟ କରିବ ନାହିଁ । ଦମ୍ପତିଙ୍କ ମଧ୍ୟରୁ ଯଦି ଜଣେ ବି ନାବାଳିକା ହୋଇଥାନ୍ତି ତେବେ ସ୍ୱାମୀ ଛାଡ଼ପତ୍ର ଦ୍ୱାରା ଅଲଗା ହୋଇପାରିବେ । ଆଉ ଏଠାରେ ଯଦି ନାବାଳିକା ୧୮ ବର୍ଷ ପୂରିବା ପରେ ବି ବିବାହକୁ ଅମାନ୍ୟ କରିବାକୁ ଚାହୁଁନାହାନ୍ତି ତେବେ ସେମାନଙ୍କ ବାଲ୍ୟ ବିବାହ ମାନ୍ୟ ଅଟେ ବୋଲି କୋର୍ଟ କହିଛନ୍ତି । ଆଉ ଯଦି ବିବାହ ହୋଇସାରିଛି ତେବେ ସେମାନଙ୍କ ସହମତି ଅନୁସାରେ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ପରେ ଛାଡପତ୍ର ଆବେଦନ କରିପାରିବେ । ଏହିପରି କିଛି ନିଷ୍ପତି ଶୁଣାଇଛନ୍ତି ହରିୟାଣା ହାଇକୋର୍ଟ ।

ସୂଚନା ଅନୁଯାୟୀ, ହାଇକୋର୍ଟ ଏହି ନିଷ୍ପତି ଲୁଧିଆନାର ଏକ ଫ୍ୟାମିଲି କୋର୍ଟର ରାୟକୁ ଭୁଲ ବୋଲି ଦର୍ଶାଇ ମତ ପ୍ରକାଶ କରିଛନ୍ତି । ଲୁଧିଆନାର ଏହି ଫ୍ୟାମିଲି କୋର୍ଟ, ବିବାହ ଅମାନ୍ୟ ହୋଇଥିଲେ ସୁଦ୍ଧା ଦମ୍ପତିଙ୍କ ସହମତିରେ କରିବାକୁ ଚାହୁଁଥିବା ଛାଡ଼ପତ୍ରକୁ ଅନୁମତି ଦେବାକୁ ମନା କରିଦେଇଥିଲେ । ଆଉ ଏହି ରାୟ ଉପରେ ହରିୟାଣା ହାଇକୋର୍ଟ ନିଜର ନିଷ୍ପତି ଶୁଣାଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ, ୧୩-ବି ଅଧୀନରେ ଏହି ଭଳି ଅମାନ୍ୟ ବିବାହରେ ଛାଡ଼ପତ୍ରକୁ ଅନୁମତି ଦିଆଯାଇପାରିବ ।

ଗତବର୍ଷ ଜୁନ୍ ୨୨ ତାରିଖରେ ଏହି ଦମ୍ପତି ନିଜର ବିବାହକୁ ସହମତି ଅନୁସାରେ ଭାଙ୍ଗିବାକୁ ଲୁଧିଆନା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ବିବାହ ସମୟରେ ପତ୍ନୀଙ୍କ ବୟସ ୧୭ ବର୍ଷ ୬ ମାସ ଓ ୮ଦିନ ହୋଇଥିଲା ଓ ସ୍ୱାମୀଙ୍କ ବୟସ ୨୩ ବର୍ଷ ଥିଲା । ତେଣୁ ହିନ୍ଦୁ ଅଧିନିୟମ ୧୯୫୫ ଅଧୀନରେ ପତ୍ନୀ ନାବାଳିକା ହୋଇଥିବା ବେଳେ ସେ ଯଦି ନିଜେ ଏହି ବିବାହକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ତେବେ ସେମାନଙ୍କୁ ଛାଡ଼ପତ୍ର ପାଇଁ ଅନୁମତି ଦିଆଯିବା ଦରକାର ।

 

Get real time updates directly on you device, subscribe now.