fbpx

ବ୍ରିଟେନରେ ଆରମ୍ଭ ହେଲା ଚାଇଲ୍ଡ ଭାକସିନେସନ୍, ୧୨-୧୫ ବର୍ଷର ପିଲାଙ୍କୁ ଦିଆଯାଉଛି ଟିକା

ଲଣ୍ଡନ: ବ୍ରିଟେନ୍ ରେ ଏବେ ସ୍କୁଲକୁ ଯାଉଥିବା ୧୨ରୁ ୧୫ ବର୍ଷ ବର୍ଗର ପିଲାଙ୍କୁ ଦିଆଯାଉଛି ଟିକା । ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୨ ରୁ ୧୫ ବର୍ଷର ପିଲାଙ୍କୁ ସୋମବାର ଠାରୁ ଟକିା ଦିଆଯିବା ଆରମ୍ଭ କରାଯାଇଛି । ଗତ ସପ୍ତାହରେ ବ୍ରିଟେନର ଚିକିତ୍ସା ଅଧିକାରୀ ମାନଙ୍କ ଦ୍ୱାରା ପିଲାମାନଙ୍କ ଟିକାକରଣକୁ ନେଇ ସୁପାରିଶ କରାଯାଇଥିଲା । ଏହାପରେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଅର୍ଥାତ୍ ପ୍ରାୟ ୩୦ ଲକ୍ଷ ପିଲାଙ୍କୁ ଫାଇଜର୍ ଟିକା ଦେବା ନେଇ ପ୍ରସ୍ତୁତି କରାଯିବା ଆରମ୍ଭ କରାଯାଇଛି ।

ଏହା ବ୍ୟତୀତ ଇଂଲଣ୍ଡ ଏବଂ ସ୍କଟଲାଣ୍ଡ ଏହି ସପ୍ତାହରେ ହିଁ ସ୍କୁଲ ପିଲାମାନଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପଟେ ୱେଲ୍ସ ଏବଂ ଉତ୍ତର ଆୟରଲାଣ୍ଡରେ ମଧ୍ୟ ଆସନ୍ତା ସପ୍ତାହରୁ ଟିକାକରଣ ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷୀରେ ବ୍ରିଟେନ୍ ର ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାବିଦ୍ କହିଛନ୍ତି ଯେ, ୧୨-୧୫ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ କରାଯାଇଛି । ଟିକାକରଣ ଲୋକଙ୍କ ଜୀବନ ବଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ଓ ସଂକ୍ରମଣକୁ ବି କମ୍ କରିଛି । ସୂଚନାଯୋଗ୍ୟ, ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍) କହିଛନ୍ତି ଯେ, ଏହି ସପ୍ତାହରେ ଦେଶ ବ୍ୟାପୀ ସ୍କୁଲ ପିଲାଙ୍କ ଟିକାକରଣ ହେବ । ଏହାସହ ୫୦ ବର୍ଷ ଆୟୁ ବର୍ଗର ଲୋକମାନଙ୍କୁ କୋଭିଡର ବୁଷ୍ଟର୍ ଡୋଜ୍ ଦିଆଯିବ ।

Get real time updates directly on you device, subscribe now.