fbpx

ଦେଶରେ ଓମିକ୍ରନ୍ ଭୟ: ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସରକାରଙ୍କ ବିଚାରବିମର୍ଷ

ନୂଆଦିଲ୍ଲୀ: ଦେଶକୁ ବିଦେଶୀ ଫେରନ୍ତାଙ୍କ ଠାରେ ପଜିଟିଭି ମିଳିବା ଘଟଣା ଭାରତ ସରକାରଙ୍କ ନିଦ ହଜାଇ ଦେଇଛି । ଦେଶର ୧୨୫ କୋଟିରୁ ଉଦ୍ଧ୍ୱର୍‌ ଲୋକଙ୍କୁୁ ଟିକାକରଣ ସରିଥିବାବେଳେ ପିଲାମାନଙ୍କୁ (୧୨ରୁ ୧୫ ବର୍ଷ) ଙ୍କୁ ଟିକାକରଣ ଉପରେ ବିଚାରବିମର୍ଷ ଆରମ୍ଭ କରିଛନ୍ତି ସରକାର । କୋଭିଡ୍‌୧୯ର ନୂତନ ପ୍ରଜାତି ଓମିକ୍ରନ୍‌ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ପରିପ୍ରେକ୍ଷୀରେ ଭାରତ ସରକାର ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ନେଇ ସମସ୍ତ ବୈଜ୍ଞାନିକ ତଥ୍ୟର ଅନୁଶୀଳନ କରୁଥିବା ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି ।

ପାୱାର ଶୁକ୍ରବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, କୋଭିଡ୍‌-୧୯ ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଦଳ ଓ ଟିକାକରଣର ଜାତୀୟ ବେ?ଷୟିକ ଉପଦେଷ୍ଟାମଣ୍ଡଳୀ ବର୍ତ୍ତମାନ ୧୨ରୁ ୧୭ ବର୍ଷର ପିଲାମାନଙ୍କୁ ଟିକା ଦେବା ସମ୍ପର୍କିତ ସମସ୍ତ ବୈଜ୍ଞାନିକ ଦିଗ ବିଷୟରେ ତର୍ଜମା କରୁଛନ୍ତି । ଶିଶୁ ଓ କିଶୋରଙ୍କୁ ଟିକା ଦେବା ପାଇଁ ବାହାରୁ କୌଣସି ଟିକା ଆମଦାନି ପ୍ରସ୍ତାବ ଏବେ ବିଚାରାଧୀନ ନାହିଁ ବୋଲି ସେ କହିଥିଲେ । ପିଲାଙ୍କ ପାଇଁ ଟିକା ଆମଦାନି ବିଷୟରେ ପ୍ରଶ୍ନର ଉତ୍ତର ଦେଇ ପାୱାର କହିଥିଲେ ଯେ, କାଡିଲା ହେଲ୍‌ଥ କେୟାର ଦ୍ୱାରା ପ୍ରସ୍ତୁତ ଜାଇକୋଭ୍‌-ଡି ଟିକାକୁ ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବା ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛି । ୨ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କୋଭାକ୍ସିନ ଉପରେ ୨ୟ ଓ ୩ୟ ପର‌୍ୟ୍ୟାୟ କ୍ଳିନିକାଲ ଟେଷ୍ଟ ଜାରି ରହିଛି । ଏ ପର୍ଯ୍ୟନ୍ତ ଏହା ନିରାପଦ ଓ ଫଳପ୍ରଦ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.