fbpx

ପ୍ରକୃତିର ବିସ୍ମୟ: ନିଜର ଚନ୍ଦ୍ର ତିଆରି କଲା ଚୀନ୍, କାମ କରୁନି ମାଧ୍ୟାକର୍ଷଣ ଶକ୍ତି

ନୂଆଦିଲ୍ଳୀ: ସମଗ୍ର ବିଶ୍ୱ ପାଇଁ ରହିଛି ଗୋଟିଏ ଚନ୍ଦ୍ର । ତେବେ ପ୍ରକୃତିର ଏହି ବିସ୍ମୟକୁ ବାଦ ଦେଇ ନିଜର ଏକ ସ୍ୱତନ୍ତ୍ର ଚନ୍ଦ୍ର ନିର୍ମାଣ କରିଛି ଚୀନ୍ । ବିଂଶ ଶତାବ୍ଦୀର ସବୁଠୁ ବଡ ଆଶ୍ଚର୍ଯ୍ୟ ସହିତ ମହାକାଶ ବିଜ୍ଞାନରେ ସଫଳତା ହାସଲ କରିଛି ଚୀନ୍ । ଚନ୍ଦ୍ର ପରି ଏହାର ପରିବେଶ ହୋଇଥିବା ବେଳେ ଏଠାରେ ବୈଜ୍ଞାନିକ ମାନେ ଭବିଷ୍ୟତ ପାଇଁ ପରୀକ୍ଷଣ କରିପାରିବେ । ଏଭଳି କୃତ୍ରିମ ଚନ୍ଦ୍ର ନିର୍ମାଣ କରିବାରେ ଚୀନ୍ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଥିବା ବେଳେ ଏଠାରେ ମାଧ୍ୟାକର୍ଷଣ ଶକ୍ତି ମଧ୍ୟ କାର୍ଯ୍ୟ କରୁନାହିଁ । ଏହି ଚନ୍ଦ୍ରର ବ୍ୟାସାର୍ଦ୍ଧ ପ୍ରାୟ ଅଢେଇ ଫୁଟ ରହିଥିବା ବେଳେ ଚନ୍ଦ୍ର ପୃଷ୍ଠର ପଥର ଏବଂ ଆଲୋକରେ ଏହାକୁ ନିର୍ମାଣ କରାଯାଇଛି ।

ଚୀନର ପୂର୍ବୀୟ ପ୍ରାନ୍ତରେ ଅବସ୍ଥିତ ସହର ଜୁଝୋଉ ସହରରେ ନିର୍ମାଣ ହୋଇଛି କୃତ୍ରିମ ଚନ୍ଦ୍ର । ଏଠାରେ ମାଧ୍ୟାକର୍ଷଣ ଶକ୍ତି ସମ୍ପୂର୍ଣ୍ଣ ଶୂନ ରହୁଛି । ଚନ୍ଦ୍ରରେ ମାଧ୍ୟାକର୍ଷଣ ଶକ୍ତି ସମ୍ପୂର୍ଣ୍ଣ ଶୂନ ନଥାଏ । ଏଠାରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ଏକ ଷଷ୍ଠମାଂଶ ପ୍ରଭାବ ଅନୁଭୂତ ହୁଏ । ଚୀନର ଖଣି ଏବଂ ବୈଷୟିକ ବିଶ୍ୱ ବିଦ୍ୟାଳୟର ଲି ରୁଇଲିନ୍ ଏହି ପ୍ରୋଜେକ୍ଟର ମୁଖ୍ୟ ଭାବରେ କାମ କରୁଛନ୍ତି । ଲି ରୁଇଲିନ୍ କହିଛନ୍ତି ମାଧ୍ୟାକର୍ଷଣ ବୀହିନ କ୍ଷେତ୍ର ସୃଷ୍ଟି କରିବା କଷ୍ଟକର ନୁହେଁ ମାତ୍ର ଅସୀମିତ ସମୟ ପାଇଁ ଏହାକୁ ହାସଲ କରିବା ଆମ ପାଇଁ ସବୁଠାରୁ ବୃହତର ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ଲି ରୁଇଲିନ୍ ।

Get real time updates directly on you device, subscribe now.