fbpx

ଚୀନ ସରକାରଙ୍କ ଏକଛତ୍ରବାଦ: ବର୍ଷକରେ ଶିଳ୍ପପତି ହରାଇଲେ ୨୫ ଲକ୍ଷ କୋଟି

ନୂଆଦିଲ୍ଳୀ: ଚୀନ ସରକାରଙ୍କ ଏକଛତ୍ରବାଦ ନୀତି କାରଣରୁ ୨୫ ଲକ୍ଷ କୋଟି ହରାଇଛନ୍ତି ଶିଳ୍ପପତି । କୌଣସି ସାଧାରଣ ବ୍ୟବସାୟୀ ନୁହନ୍ତି ବରଂ ବିଶ୍ୱର ଧନୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଥିବା ଅଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ହରାଇଛନ୍ତି ୨୫ ଲକ୍ଷ ୫୨ ହଜାର ୫୬୭ କୋଟି ଟଙ୍କା । ଅଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ଚୀନ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିବା ପରେ ବିଗତ ଏକ ବର୍ଷ ହେବ ତାଙ୍କର ଦେଖା ମିଳିନଥିଲା । ନିକଟରେ ବ୍ଲୁମବର୍ଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଜ୍ୟାକ ମା ବିଗତ ବର୍ଷକରେ ୩୪୪ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୫ ଲକ୍ଷ ୫୨ ହଜାର ୫୬୭ କୋଟି ଟଙ୍କା ହରାଇଛନ୍ତି ।

ଚୀନ ସରକାରଙ୍କ ପକ୍ଷରୁ ବିଗତ ବର୍ଷ ବାସେଲ ଆକର୍ଡସ ନାମକ ନିୟମ ଅଣାଯାଇଥିଲା । ଏହି ନିୟମକୁ ନେଇ ଜ୍ୟାକ ମା ଖୋଲାଖୋଲି ସମାଲୋଚନା କରିଥିଲେ । ଏହି ଘଟଣା ପରେ ପ୍ରତିଶୋଧ ପରାୟଣ ଚୀନ ସରକାର ଜ୍ୟାକ ମାଙ୍କ ବିରୋଧରେ ବିଭିନ୍ନ ତଦନ୍ତ ଆରମ୍ଭ କରାଇଥିଲେ । ଅଲିବାବା ଉପରେ ପ୍ରାୟ ୨.୮ ବିଲିୟନ ଡଲାରର ଜୋରିମନା ମଧ୍ୟ ଲଗାଯାଇଥିଲା । ଏହା ସହିତ ଅଲିବାବାର ମାର୍କେଟ କ୍ୟାପ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଏହା ସହିତ ଅଲିବାବାର ଅଂଶଧନ ମୂଲ୍ୟରେ ମଧ୍ୟ ପ୍ରାୟ ୪୩ ପ୍ରତିଶତର ହ୍ରାସ ଘଟିଥିଲା ।

Get real time updates directly on you device, subscribe now.