fbpx

ନାନ୍ସୀଙ୍କ ଗସ୍ତକୁ ହଜମ କରିପାରୁନି ଚୀନ୍, ତାଇୱାନ ତଟବର୍ତ୍ତୀ ଇଲାକାରେ ଡ୍ରାଗନ୍ ର ମିଶାଇଲ ମାଡ଼

ନୂଆଦିଲ୍ଲୀ: ତାଇୱାନର ସ୍ୱତନ୍ତ୍ରତାକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ ଚୀନ ଓ ଆମେରିକା ମଧ୍ୟରେ ଏବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକା ସାଂସଦ ନାନ୍ସି ପେଲୋସୀଙ୍କ ତାଇବାନ ଯାତ୍ରାକୁ ନେଇ ଚୀନ୍ କ୍ରୋଧିତ ହୋଇଉଠିଛି ।

ଆଉ ଏହାରି ମଧ୍ୟରେ ଚୀନ ପିପୁଲ୍ସ ଲିବରେଶନ ଆର୍ମୀ (ପିଏଲଏ) ତାଇବାନର ତଟବର୍ତ୍ତୀ ଅଞ୍ଚଳରେ ମିସାଇଲ ମାଡ଼ କରିଛି । ଗୁରୁବାର ଚୀନ ସାମରିକ ଅଭ୍ୟାସକୁ ଜୋରଦାର କରିବା ସହ ତାଇୱାନର ତଟବର୍ତ୍ତୀ ଅଞ୍ଚଳରେ ଲଙ୍ଗ୍ ରେଞ୍ଜ ମିସାଇଲ ମିସାଇଲ ଉତକ୍ଷେପଣ କରିଛି । ସେପଟେ ଚୀନର ଏହି ସାମରିକ ଅଭ୍ୟାସ ଯୋଗୁଁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି । ମିଳିଥିବା ସୂଚନା ଅନୂଯାୟୀ ତାଇୱାନର ୬ ଟି ଦ୍ୱୀପରେ ଗୋଳାବାରୁଦ ଚଳାଇ ଯୁଦ୍ଧାଭ୍ୟାସ କରୁଛି ଚୀନ ।

ସୂଚନାଯୋଗ୍ୟ, ଗତ ବୁଧବାର ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସୀ ପେଲୋସୀଙ୍କ ତାଇୱାନ ଗସ୍ତକୁ ସହଜରେ ହଜମ କରିପାରୁନାହିଁ ଡ୍ରାଗନ ଏବଂ ଏହାକୁ ନେଇ ଏଭଳି କରୁଛି ଚୀନ୍ । ଚୀନ୍ କହିଛି ଯେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛି । ପେଲୋସୀଙ୍କ ଗସ୍ତ ପରଠାରୁ ହିଁ ଚୀନ୍ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଏନେଇ ତାଇୱାନ ତରଫରୁ କୁହାଯାଇଛି ଯେ ଚୀନର ଅଭ୍ୟାସ ହେଉଛି ଯୁକ୍ତରାଷ୍ଟ୍ରର ନିୟମକୁ ଭାଙ୍ଗିବା । ପୂର୍ବରୁ ବାୟୁ କ୍ଷେତ୍ର ଏବଂ ଜଳ ସୀମାର ନିୟମକୁ ଭାଙ୍ଗି ଚାଲେଞ୍ଜ କରିଛି ଚୀନ୍ । ଖାଲି ସେତିକି ନୁହେଁ ନାନ୍ସୀଙ୍କ ତାଇୱାନ ଗସ୍ତ ସାରି ଫେରିବା ପରଠାରୁ ଚୀନ ତାଇୱାନଠାରୁ କୃଷି ସହ ଅନେକ ବାଣିଜ୍ୟିକ ଆମଦାନୀ-ରପ୍ତାନୀ ଉପରେ ମଧ୍ୟ ରୋକ୍ ଲଗାଇଛି ।

ତାଇୱାନ ଉପରେ କେବେବି ଚୀନର କବ୍ଚା ନଥିଲା କିନ୍ତୁ ସେ ଏହାକୁ ନିଜ ଇଲାକା ବୋଲି ଦାବି କରିଆସୁଛି । ଏମିତିକି ଅନେକ ସମୟରୁ କହିଆସୁଛି ଯେ ଆବଶ୍ୟକ ପଡ଼ିଲେ ଏହାକୁ ବଳ ପ୍ରୟୋଗ କରି ନିଜ ଅଧୀନକୁ ଆଣିପାରେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତତା ବଢ଼ିବାକୁ ଲାଗିଛି । ଚୀନ ଆମେରିକାକୁ ଚେତାବନୀ ଦେଇଛି ଯେ ପେଲୋସୀଙ୍କ ଯାତ୍ରାଯୋଗୁଁ ଚୀନ-ଆମେରିକା ସଂପକରେ ରାଜନୀତିକ ସଂପର୍କ ଉପରେ ପ୍ରଭାବ ପଡ଼ିବ । ଏହାରି ମଧ୍ୟର ପିଏଲଏ ଗୁରୁବାର ଲଙ୍ଗ ରେଞ୍ଜ ମିସାଇଲରେ ଅଭ୍ୟାସ କରିଛି ।

Get real time updates directly on you device, subscribe now.