fbpx

ପାକିସ୍ତାନ ସହିତ କାଶ୍ମୀରକୁ ନେଇ ଭାରତର ଏହି ପଦକ୍ଷେପ ଉପରେ ଆପତ୍ତି ଉଠାଇଲା ଚୀନ୍

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଗାମୀ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏହାକୁ ଭାରତ ଜାମ୍ମୁ-କାଶ୍ମୀରରେ ଅୟୋଜିତ କରିବାକୁ ଯୋଜନା କରିଛି। ବର୍ତ୍ତମାନ ଚୀନ୍ ପାକିସ୍ତାନ ସହ ଏହାର ସ୍ୱର ମିଶାଇ ଭାରତର ଏହି ନିଷ୍ପତ୍ତିକୁ ବିରୋଧ କରିଛି। ଚୀନ୍‌ର ବୈଦେଶିକ ମନ୍ତ୍ରଳାୟର ପ୍ରବକ୍ତା ଜାଓ ଲିଜିଆନ୍ ସରକାରୀ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଗୁରୁବାର ଏଠାରେ ଏକ ମିଡିଆ ବ୍ରିଫିଂରେ କହିଛନ୍ତି ଯେ କାଶ୍ମୀର ଉପରେ ଚୀନ୍‌ର ଆଭିମୁଖ୍ୟ ସ୍ଥିର ଏବଂ ସ୍ପଷ୍ଟ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ଏକ ଦ୍ୱିପାଖିକ ପ୍ରସଙ୍ଗ । ସେ କହିଛନ୍ତି ଯେ ସଂପୃକ୍ତ ପକ୍ଷମାନେ ଏକପାଖିଆ ପଦକ୍ଷେପ ଦ୍ୱାରା ପରିସ୍ଥିତିକୁ ଜଟିଳ କରିବାକୁ ବାରଣ କରନ୍ତୁ। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ଏବଂ ମିଳିତ ଭାବରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆବଶ୍ୟକ ।

ଜାଓ ଲିଜିଆନ୍ କହିଛନ୍ତି ଯେ, ଜି୨୦ ଆନ୍ତରାଷ୍ଟ୍ରୀୟ ଆର୍ଥିକ ସହଯୋଗ ପାଇଁ ଏକ ପ୍ରମୁଖ ମଞ୍ଚ ଅଟେ। ସେ ଏହା ମଧ୍ୟ କହିଥିଲେ ସମସ୍ତ ପ୍ରମୁଖ ଅର୍ଥବ୍ୟବସ୍ଥାଙ୍କୁ ଆହ୍ୱାନ କରୁଛନ୍ତି କି ସେମାନେ ମିଳିତ ଭାବରେ ଅର୍ଥବ୍ୟବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ। ଏଭଳି ପ୍ରାସଙ୍ଗିକ ମୁଦ୍ଦାକୁ ରାଜନୈତି ରଙ୍ଗ ନଦିଅନ୍ତୁ ଏବଂ ଏହାପ୍ରତି ସକରାତ୍ମକ ଯୋଗଦାନ ଦିଅନ୍ତୁ।

ଏଥି ସହିତ, ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ ଚୀନ୍ ମୁଖପାତ୍ରଙ୍କୁ ପଚାରିଥିଲେ ଯେ ଜି -୨୦ ଗୋଷ୍ଠୀର ଜଣେ ସଦସ୍ୟଙ୍କ ବୈଠକରେ ଚୀନ୍ ଯୋଗଦେବେ କି? ତା’ପରେ ଏହାର ଜବାବ ଦେଇ ଜାଓ ଲିଜିଆନ୍ କହିଛନ୍ତି ଯେ ଆମେ ବୈଠକରେ ଯୋଗଦେବୁ କି ନାହିଁ ତାହା ଆନୁଷ୍ଠାନିକ ଭାବରେ ବିଚାର କରିବୁ। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ବିବାଦୀୟ ଅଞ୍ଚଳରେ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ନିର୍ମାଣ ଏବଂ ଭାରତ ଏହାକୁ ବିରୋଧ କରିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଉଭୟ ମାମଲା ସମ୍ପୂର୍ଣ୍ଣ ଭିନ୍ନ। ପାକିସ୍ତାନର ଅର୍ଥନୀତିର ବିକାଶ ତଥା ଏହାର ଲୋକଙ୍କ ଜୀବିକା ନିର୍ବାହ ପାଇଁ ଚୀନ୍ ପ୍ରକଳ୍ପ ଗ୍ରହଣ କରିଛି। ସେ କହିଛନ୍ତି ଯେ କିଛି ପ୍ରକଳ୍ପ କାଶ୍ମୀରର ସେହି ଅଂଶରେ ଅଛି ଯାହା ପାକିସ୍ତାନ ଅଧୀନରେ ଅଛି। ଏହି ପ୍ରକଳ୍ପଗୁଡିକ ଚଳାଉଥିବା ସମ୍ପୃକ୍ତ ଚାଇନିଜ୍ କମ୍ପାନୀଗୁଡିକ ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଅର୍ଥନୀତିର ବିକାଶ ତଥା ଜୀବିକା ନିର୍ବାହରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହା କରନ୍ତି ।

Get real time updates directly on you device, subscribe now.