fbpx

ଦାମ୍ ନେଉଛି ଅଧିକ, କିନ୍ତୁ ଭାରତକୁ ନିମ୍ନମାନର ଅକ୍ସିଜେନ କନସେନଟ୍ରେଟର ପଠାଉଛି ଚୀନ୍

ନୂଆଦିଲ୍ଲୀ, ୧୪ା୫: କରୋନାର ଉତ୍ପତ୍ତି ଚୀନରୁ ହୋଇଛି ବୋଲି ସମଗ୍ର ବିଶ୍ୱରେ ଗତବର୍ଷ ଖୁବ୍ ଜୋରରେ ଚର୍ଚ୍ଚା ହୋଇଥିଲା । ସାହାଯ୍ୟ କରିବାର ବାହାନା କରି ଚୀନ ଭାରତକୁ ନିମ୍ନମାନର ମାସ୍କ, ସାନିଟାଇଜର ଆଦି ପଠାଇଥିଲା । ଚଳିତ ବର୍ଷ ବର୍ଷ ଡ୍ରାଗନ ଖେଳ ଆରମ୍ଭ କରିଦେଇଛି । ଅଧିକ ଦାମ୍ ନେଇ ଭାରତକୁ ଶସ୍ତା ଅକ୍ସିଜେନ୍ କନସେନଟ୍ରେଟର ପଠାଇଥିବା ଜଣାପଡ଼ିଛି ।

ଭାରତରେ କରୋନାର ଦ୍ୱିତୀୟ ଲହର ସମୟରେ ଚୀନ ଘୋଷଣା କରିଥିଲେ ଯେ, ସଙ୍କଟନ ସମୟରେ ସେ ଭାରତକୁ ସାହାଯ୍ୟ କରିବ । ପରିସ୍ଥିତିର ସୁଯୋଗ ନେଇ ଚୀନ ଭାରତକୁ କେବଳ ଧୋକ୍କା ଦେଇ ନାହିଁ, ଚୂନା ମଧ୍ୟ ଲଗାଇ ଦେଇଛି । ଚୀନ ଗୋଟିଏ ପଟେ ସମସ୍ତ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବା ସହ ଅନ୍ୟ ପଟେ ଭାରତକୁ ଶସ୍ତା ଅକ୍ସିଜେନ କନସେନଟ୍ରେଟର ପଠାଇଛି । ଏହି ନିମ୍ନମାନର ଅକ୍ସିଜେନ କନସେନଟ୍ରେଟର ଦେଶରେ ବ୍ୟବହୃତ ହେଲେ ବହୁଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.