fbpx

ମଙ୍ଗଳ ପୃଷ୍ଠରେ ସଫଳ ଭାବେ ଅବତରଣ ଚାଇନାର ସ୍ପେସକ୍ରାଫ୍ଟ Tianwen-1

ବେଜିଂ, ୧୫/୦୫(ଓଡିଶା ଭାସ୍କର): ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ପାଦ ଥାପିଛି ଚାଇନା । ଚାଇନା ଆଜି ମହାକାଶ ବିଜ୍ଞାନରେ ଏକ ସଫଳତା ହାସଲ କରିଛି । ତେବେ ଆଜି ଚାଇନାର ସ୍ପେସକ୍ରାଫ୍ଟ Tianwen-1 ମଙ୍ଗଳରେ ସଫଳ ଭାବେ ଅବତରଣ କରିଛି । ଏହା ପ୍ରଥମ ମିଶନ ଯେଉଁଥିରେ ଚୀନ ମଙ୍ଗଳ ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରିବା ସହ ‘ଜୁରୋଙ୍ଗ୍’ ରୋଭରକୁ ମଧ୍ୟ ପଠାଯାଇଛି । ଏହି ‘ଜୁରୋଙ୍ଗ୍’ ରୋଭର୍ ହେଉଛି Tianwen-1 ର ଏକ ଅଂଶ । ଗତ ବର୍ଷ ଜୁଲାଇରେ ମାସରେ ଏହାକୁ ଲଞ୍ଚ କରାଯାଇଥିଲା । ଏହି ସଫଳତା ପରେ ଚାଇନା ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ମଙ୍ଗଳରେ ନିଜର ସ୍ପେସକ୍ରାଫ୍ଟ ଅବତରଣ କରିଛି ।

ଆନ୍ତର୍ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ, Tianwen-1 ଶନିବାର ମଙ୍ଗଳରେ ଅବତରଣ କରିଥିଲା । ଲ୍ୟାଣ୍ଡର ରୋଭରକୁ ପାରାଚ୍ୟୁଟ ସାହାଯ୍ୟରେ ତଳକୁ ଓଲ୍ହାଯାଇଥିଲା । ଏହି ପ୍ରକ୍ରିୟା ପାଇଁ ୭ ମିନିଟ ସମୟ ଲାଗିଥିଲା । ଚୀନର ଏହି ରୋଭର ୬ଟି ଚକା ସହ ଚାଲିଥାଏ । ଏହାର ଓଜନ ୨୪୦ କେଜି । ଏହା ସୌର ଶକ୍ତି ସହ ଚାଲୁଥିବା ବେଳେ ଏହା ୯୨ ଦିନ ପର୍ଯ୍ୟନ୍ତ ଗ୍ରହରେ କାର୍ଯ୍ୟ କରିବ । ଏହି ସ୍ପେସକ୍ରାଫ୍ଟ ଗତ ଫେବୃଆରୀରେ ମଙ୍ଗଳ କକ୍ଷରେ ପହଞ୍ଚିଥିଲା । ବେଜିଙ୍ଗ୍ ସମୟ ସକାଳ ୭.୧୮ ମିନିଟ୍ରେ ଉପରୋକ୍ତ ମହାକାଶ ଯାନ ମଙ୍ଗଳ ଗ୍ରହ ପୃଷ୍ଠରେ ଅବତରଣ କରିଥିବା କଥା ‘ଷ୍ଟେଟ୍ ଆଡ୍ମିନିଷ୍ଟ୍ରେସନ୍ ଅଫ୍ ସାଇନ୍ସ୍’ ସୂଚନା ଦେଇଛି ।

ଫେବ୍ରୁଆରୀରେ ନାସାର ମଧ୍ୟ ପ୍ରିଜରଭାନସ ମଙ୍ଗଳରେ ଅବତରଣ କରିଥିଲା । ଆମେରିକା ସେଠାରେ ନିଜର ସାଇଣ୍ଟିଫିସିକ ଟେଷ୍ଟିଂ ମଧ୍ୟ ଆରମ୍ଭ କରିଦେଇଛି ।
ଅବତରଣ କରିବା ପୂର୍ବରୁ Tianwen-1 ଅନେକ ଫଟୋ ପଠାଇ ସାରିଛି । ସ୍ପେସକ୍ରାଫ୍ଟରେ ଲାଗିଥିବା ଇଂଜିନିୟରିଂ ସର୍ଭେ ସବ ସିଷ୍ଟମ କ୍ୟାମେରାରେ ଗୋଟିଏ ଭିଡିଓ ଉତ୍ତୋଳନ କରାଯାଇଥିଲା । ଏହି ଭିଡିଓରେ ମଙ୍ଗଳ ଗ୍ରହରେ ଥିବା ଗର୍ତ୍ତ ଥିବା ଦୃଶ୍ୟମାନ ହୋଇଥିଲା ।

Get real time updates directly on you device, subscribe now.