fbpx

ଚୀନ ଏବଂ ତାଇୱାନ ମଧ୍ୟରେ ବଢୁଛି ତିକ୍ତତା, ଆମେରିକା ଦେଲା ଚେତାବନୀ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦୦ ଦିନରୁ ଅଧିକ ହୋଇସାରିଲାଣି। ଏପର୍ଯ୍ୟନ୍ତ ଏହି ଯୁଦ୍ଧ ଶେଷ ହେବାର ନାଁ ନେଉ ନାହିଁ। ଏହି ସମୟରେ ଚୀନ ଏବଂ ତାବାନ ମଧ୍ୟରେ ତିକ୍ତତା ଲାଗି ରହିଛି, ଏବଂ ଯେକୋଣସି ସମୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଆମେରିକା ଏହି ସଙ୍କଟ ଉପରେ ନଜର ରଖିଛି। ସେ ଲଗାତାର ଚାଇନାକୁ ଏହି ବିଷୟରେ ଚାଇନାକୁ ସତର୍କ କରାଉଛି ଏବଂ ତାଇୱାନ ସହିତ ଛିଡ଼ା ହୋଇଥିବା କହୁଛି।

ରୁଷୋ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ବାହ୍ୟରୁ ସମର୍ଥନ କରୁଥିବା ଆମେରିକା ସିନୋ-ତାଇୱାନ ସଙ୍କଟ ଉପରେ ଏକ ଭିନ୍ନ ଦୃଷ୍ଟିକୋଣ ନେଇଛି। ସେ କହିଛନ୍ତି ଯେ ଯଦି ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ଆମେରିକା ତାଇପେଇକୁ ନିଜର ସୈନ୍ୟ ପଠାଇବ।

ଏଭଳି ସ୍ଥିତିରେ ଦୁଇ ମହାଶକ୍ତି ମୁହାଁମୁହିଁ ହେବାର ସମ୍ଭାବାନ ରହିଛି। ଯାହା ପରମାଣୁ ଆକ୍ରମଣ ଆଡ଼କୁ ଗତି କରିପାରେ। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ଏହା ବିରୋଧରେ ସିଧାସଳଖ ଲଢେଇ କରିବ। ବିଡେନ କହିଛନ୍ତି ଯେ ସେ ୟୁକ୍ରେନ ଉପରେ ଋଷ ସହିତ ଯୁଦ୍ଧ କରିବାକୁ ଯାଉ ନାହାଁନ୍ତି କାରଣ ୠଷ ଏକ ଆଣବିକ ଶକ୍ତି ଏବଂ ସେ ଆଣବିକ ଆକ୍ରମଣର ଧମକ ଦେଉଛନ୍ତି। କିନ୍ତୁ ସିନୋ-ତାଇୱାନ ଯୁଦ୍ଧରେ ସେ ଏହା ବିଷୟରେ ଚିନ୍ତା କରିବେ ନାହିଁ।

ଅନ୍ୟପକ୍ଷରେ, ତାଇୱାନକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ବଢୁଥିବା ତିକ୍ତତା ଉପରେ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଯୁଦ୍ଧ ହୁଏ ତେବେ ଏହା ବିଶ୍ୱ ପାଇଁ ଭଲ ହେବ ନାହିଁ। ଏହାର ଭୟଙ୍କର ପ୍ରଭାବ ପଡ଼ିବ।

Get real time updates directly on you device, subscribe now.