fbpx

ସୀମାରେ ସେନାକୁ ସକ୍ରିୟ କରୁଛି ଚୀନ, ଲଢ଼ୁଆ ବିମାନ ସହିତ ସୀମାରେ ଚଳାଇଛି ଅଭ୍ୟାସ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଛି । ହେଲେ ଏଯାବତ୍ ଏହି ବିବାଦ ଥମିବାର ନାଁ ଧରୁନି । ଏହା ମଧ୍ୟରେ ପୁଣିଥରେ ସୀମାରେ ଚୀନ ସେନା ଚାଲବାଜି କରିବା ଆରମ୍ଭ କରିଛନ୍ତି । ତେବେ ଚୀନ ସେନା ଲଦାଖ ସୀମାରେ ଅନେକ ଗୁଡିଏ ଲଢ଼ୁଆ ବିମାନ ଧରି ଅଭ୍ୟାସ କରୁଥିବା ନଜର ଆସିଛି । ଚୀନର ଏହି ଅଭ୍ୟାସ ଉପରେ ଭାରତ ମଧ୍ୟ କଡା ନଜର ରଖିଛି ।

ସୂଚନା ମୁତାବକ, ସୀମାରେ ଅଭ୍ୟାସ କରୁଥିବା ଚାଇନାର ପାଖାପାଖି ୨୧-୨୨ ଟି ଫାଇଟର୍ ଜେଟ୍ ସାମିଲ ହୋଇଥିଲା । ଏଥିରେ ଜେ-୧୭, ଜେ-୧୬ ଏପରି ଅନେକ ଶକ୍ତିଶାଳୀ ବିମାନ ସାମିଲ ହୋଇଥିଲା । ତେବେ ଚାଇନାର ଏହି ଅଭ୍ୟାସ ଉପରେ ଭାରତ କ୍ରମାଗତ ଭାବରେ ପାଖରୁ ନଜର ରଖିଛି । ଚୀନର ଯୁଦ୍ଧ ବିମାନର ଏହି କାର୍ୟ୍ୟକଳାପ ହଟାନ, ଗାର ଗୁନ୍ସା ଏବଂ କାଶ୍ଗର ଏୟାରଫିଲ୍ଡ ଏୟାରବେସରୁ ହୋଇଥିଲା, ଯାହାକୁ ବିଭିନ୍ନ ପ୍ରକାରର ଯୁଦ୍ଧବିମାନର ଉପସ୍ଥିତି ଲୁଚାଇବା ପାଇଁ ତିଆରି କରାଯାଇଛି । ତେବେ ନିଜ ସୀମା ଭିତରେ ରହି ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି ଜ୍ଝ ଏହା ଖାଲି ଏବେ ନୁହେଁ ବରଂ ବିବାଦ ସୃଷ୍ଟି ହେବା ପରଠାରୁ ହିଁ ଚୀନ ଲଗାତର ଭାବରେ ସୀମାରେ ପଇଁତରା ମାରୁଛି ।

ତେବେ ଭାରତ ମଧ୍ୟ ଚୀନର ଗତିବିଧିକୁ ଦେଖି ନିଜର ସବୁଠାରୁ ସଫଳ ରାଫେଲ୍ ବିମାନକୁ ନେଇ ସୀମାରେ ପଇଁତରା ମାରୁଛି । ଏଲଏସିରେ ରାଫେଲ୍ ମୁତୟନ କରିବା ପରଠାରୁ ଭାରତ ଏକ ମଜବୁତ୍ ସେନା ହୋଇ ଠିଆ ହୋଇଛି । ସବୁପ୍ରକାର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା ସୁତ୍ରରୁୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ୨୦ଜଣ ଯବାନ ସହିଦ ହୋଇଥିଲେ । ଏହାପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା । ଏହାକୁ ସମାଧାନ କରିବାକୁ ଯାଇ ଅନେକ ସ୍ତରରେ ଭାରତ ଏବଂ ଚୀନ ସେନାଙ୍କ ମଧ୍ୟରେ କୁଟନୈତିକ ଆଲୋଚନା ହୋଇଆସୁଛି । ଯାହାପରେ କିଛି କାଂଶରେ ବିବାଦ କମିଥିବା ଜଣାପଡିଛି ।

Get real time updates directly on you device, subscribe now.