fbpx

କାହିଁକି ଆମେରିକାକୁ ଧମକ୍ ଦେଲା ଚୀନ !

ନୂଆଦିଲ୍ଲୀ ୧୩ା୪ (ଓଡିଶା ଭାସ୍କର) : ଆମେରିକାକୁ ଚୀନର ଧମକ୍ । ଆମେରିକା ଏବଂ ତାଇବାନ୍ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି । ଏହାକୁ ଦେଖି ଚୀନ ଆମେରିକାକୁ ଧମକ ଦେଇଛି କି ‘ସେ ନିଆଁ ସହ ଖେଳିବା ପାଇଁ ଚେଷ୍ଟା ନ କରିବାକୁ’ । ତାଇବାନ୍ ଉପରେ ଚୀନ ସବୁବେଳେ ନିଜର ଅଧିକାର ଜାହିର କରି ଆସୁଛି । ଚୀନ ବାରମ୍ବାର ତାଇବାନର ପ୍ରତ୍ୟେକ କାମରେ ମୁଣ୍ଡ ପୁରାଉଛି । ଏନେଇ ଆମେରିକାର ବୈଦେଶିକ ମନ୍ତ୍ରାଳୟ ତାଇବାନ୍ ସହ ନଜିର ସମ୍ପର୍କ ଦୃଢ କରିବା ସହ କେତକ ଗାଇଡ୍ ଲାଇନ୍ ଜାରି କରିଛି ।

ଏହି ସୂଚନା ମିଳିବା ପରେ ଚୀନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜାନ୍ ଆମେରିକାକୁ ବିରୋଧ କରିଛି । ଆମେରିକା ତାଇବାନରେ ସୃଷ୍ଟି ହେଉଥିବା ମାମଲାକୁ ନିଜର ବୁଦ୍ଧିମତାର ସହ ସମାଧାନ କରୁ ,ନା କି ତାହା ସହ ସମ୍ପର୍କ ଘନିଷ୍ଠ କରିବା କଥା ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆମେରିକାର ତାଇବାନ୍ ସପକ୍ଷରେ ଛିଡା ହେବା ସେଠାକାର ସ୍ୱତନ୍ତ୍ର ସମର୍ଥକଙ୍କୁ ଭୁଲ ସଂକେତ ଦେବ ବୋଲି ଚୀନ କହିଛି । ଏହାଦ୍ୱରା ଚୀନ ଓ ଆମେରିକାର ସମ୍ପର୍କ ସାମାନ୍ୟ ରହିବ ନାହିଁ । ଚୀନ ପାଇଁ ତାଇବାନ୍ ସବୁଠାରୁ ସମ୍ବେଦନଶୀଳ ମାମଲା ।

Get real time updates directly on you device, subscribe now.