fbpx

ଏଣିକି ପୁରୁଷମାନେ ବି ହୋଇପାରିବେ ଗର୍ଭବତୀ ! ଚୀନର ବୈଜ୍ଞାନିକ କରିଛନ୍ତି ଏପରିି ଅଦ୍ଭୁତ ରିସର୍ଚ୍ଚ

ଚୀନର ବୈଜ୍ଞାନିକମାନେ ସବୁବେଳେ ଅଦ୍ଭୁତ ପ୍ରକାର ରିସର୍ଚ୍ଚ କରିଆସିଛନ୍ତି । ନିକଟରେ ଚୀନର ଉହାନ ଲ୍ୟାବରୁ ବାହାରିଥିବା ଜଣେ ବୈଜ୍ଞାନିକ ଦାବି କରି କହିଛନ୍ତି ଯେ, ଚୀନ ସବୁବେଳେ ଅଜୀବ ରିସର୍ଚ୍ଚ କରିଥାଏ । ସେଠାରେ ଏପରି କିଛି ଗବେଷଣା କରାଯାଉଛି, ଯାହାକୁ ଅନ୍ୟ ଦେଶରେ ବ୍ୟାନ୍ କରାଯାଇଛି । ଏହାରି ମଧ୍ୟରେ ଚୀନର ବୈଜ୍ଞାନିକ କହିଛନ୍ତି ଯେ, ସେମାନେ ପୁରୁଷଙ୍କୁ ଗର୍ଭବତୀ କରାଇବାର ଚମକ୍ରାର କରିଛନ୍ତି । ଏଥିପାଇଁ ସେ ବହୁ ବର୍ଷ ହେବ ରିସର୍ଚ୍ଚ କରିଆସୁଥିଲେ । ଏବେ ରିସର୍ଚ୍ଚର ଫଳାଫଳ ସମସ୍ତଙ୍କ ସାମ୍ନାକୁ ଆସିଛି ।

ଚୀନର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏହି ରିସର୍ଚ୍ଚରେ ପ୍ରଥମେ ପୁରୁଷ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ଏଥିରେ ଅସ୍ତ୍ରୋପଚାର ମାଧ୍ୟମରେ ମହିଳାଙ୍କ ଶରୀରରୁ ବାହାର କରାଯାଇଥିବା ଗର୍ଭାଶୟକୁ ପୁରୁଷଙ୍କ ଶରୀରରେ ଫିଟ୍ କରାଯାଉଥିଲା । ଏହା ପରେ ପୁରୁଷମାନେ ଗର୍ଭବତୀ ହୋଇଥିଲେ ଓ ସିଜେରିଆନ୍ ଜରିଆରେ ଛୁଆ ଜନ୍ମ ହୋଇଥିଲେ । ଏହି ରିସର୍ଚ୍ଚ ପରେ ଭବିଷ୍ୟତରେ ପୁରୁଷମାନଙ୍କୁ ଗର୍ଭବତୀ ହେବାର ସମ୍ଭାବନା ବଢିଛି । ରିପୋର୍ଟ ମୁତାବକ, ଏହି ରିସର୍ଚ୍ଚ ପରେ ଏବେ ଯେଉଁ ଟ୍ରାନ୍ସାଜଣ୍ଡରମାନେ ଛୁଆ ଜନ୍ମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସାହାଯ୍ୟ ମିଳିବ ।

Get real time updates directly on you device, subscribe now.