fbpx

IPL ନିଲାମ: ଦାମୀ ଖେଳାଳି ଭାବେ ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ କ୍ରିସ୍ ମୋରିସ୍

ନୂଆଦିଲ୍ଲୀ,୧୮ ।୨: ଚେନ୍ନାଇରେ ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା IPL ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ପ୍ରକ୍ରିୟାରେ ୮ଟି ଫ୍ରାଞ୍ଚାଇଜ୍ ଓ ୨୯୨ ଖେଳାଳି ସାମିଲ ହୋଇଛନ୍ତି । ଭାରତର ୧୬୪ ଜଣ କ୍ରିକେଟର ତାଲିକାରେ ସାମିଲ ଅଛନ୍ତି । ଏହି ନିଲାମି ପ୍ରକ୍ରିୟାରେ କ୍ରିସ ମୋରିସ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ ।

ସେହିପରି ୧୪.୨୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଛି ଆରସିବି । ଷ୍ଟିଭ ସ୍ମିଥଙ୍କୁ ୨.୨୦ କୋଟି ଟଙ୍କାରେ ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସକିମ ଅଲ ହାସନଙ୍କୁ ୩.୨୦ କୋଟି ଟଙ୍କାରେ କିଣିଛି କେକେଆର । ମୋଇନ ଅଲ୍ଲୀଙ୍କୁ ୭ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ । ଶିବମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି ।

Get real time updates directly on you device, subscribe now.