ଆଜି ପ୍ରକାଶ ପାଇବ CHSE Odisha +୨ ରେଜଲ୍ଟ
CHSE ଓଡ଼ିଶା ଦ୍ଵାଦଶ (୧୨ଶ) ଶ୍ରେଣୀ ପରୀକ୍ଷା ଫଳ ଆଜି, ମେ ୨୦, ୨୦୨୬ ରେ ପ୍ରକାଶ ପାଇବ। ପ୍ଲସ ୨ (+୨) ବିଜ୍ଞାନ, କଳା ଏବଂ ବାଣିଜ୍ୟ ବିଭାଗର ରେଜଲ୍ଟକୁ ଚାହିଁ ବସିଥିବା ପରୀକ୍ଷାର୍ଥୀମାନେ results.odisha.gov.in ୱେବସାଇଟ୍ରେ ନିଜର ରୋଲ୍ ନମ୍ବର ବ୍ୟବହାର କରି ଅନ୍ଲାଇନ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ।
ଭୁବନେଶ୍ୱର : କାଉନ୍ସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ (CHSE), ଓଡ଼ିଶା ଦ୍ଵାରା ଆଜି ଅର୍ଥାତ୍ ୨୦ ମେ, ୨୦୨୦ ରିଖରେ ଦ୍ଵାଦଶ ଶ୍ରେଣୀ (ଯୁକ୍ତ ଦୁଇ) ପରୀକ୍ଷା ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ରେ ନିଜର ରେଜଲ୍ଟ ଦେଖିପାରିବେ। ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨:୩୦ ସୁଦ୍ଧା ଏହି ପରୀକ୍ଷା ଫଳ ଘୋଷଣା କରାଯିବ।
ରେଜଲ୍ଟ ପ୍ରକାଶ ପାଇବା ପରେ, ଛାତ୍ରଛାତ୍ରୀମାନେ CHSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ chseodisha.nic.in ରେ ଏହାକୁ ଚେକ୍ କରିପାରିବେ। ଏହା ବ୍ୟତୀତ ସେମାନେ ଓଡ଼ିଶା ସରକାରଙ୍କ ଅଫିସିଆଲ୍ ରେଜଲ୍ଟ ପୋର୍ଟାଲ୍ results.odisha.gov.in କୁ ଯାଇ ମଧ୍ୟ ନିଜର ପରୀକ୍ଷା ଫଳ ଦେଖିବା ସହ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଅନଲାଇନ୍ ମାର୍କସିଟ୍ ଡାଉନଲୋଡ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ଆଡମିଟ୍ କାର୍ଡରେ ଥିବା ରୋଲ୍ ନମ୍ବର (Roll Number) ଏବଂ ରେଜିଷ୍ଟ୍ରେସନ୍ ନମ୍ବର (Registration Number) ବ୍ୟବହାର କରି ଲଗ୍-ଇନ୍ କରିବାକୁ ପଡ଼ିବ।
ଯୁକ୍ତ ଦୁଇ ରେଜଲ୍ଟ ଘୋଷଣାର ତାରିଖ ଓ ସମୟ ସମ୍ପର୍କରେ ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଆଜି ମଧ୍ୟାହ୍ନ ୧୨:୩୦ ସମୟରେ ଏହି ପରୀକ୍ଷା ଫଳ ଘୋଷଣା କରିବେ। ତେଣୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ନିଜର ଓଡ଼ିଶା ଦ୍ଵାଦଶ ଶ୍ରେଣୀ ଆଡମିଟ୍ କାର୍ଡ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ସେମାନେ ସହଜରେ ରେଜଲ୍ଟ ଚେକ୍ କରିପାରିବେ।
କେଉଁ ୱେବସାଇଟ୍ରେ ଦେଖିବେ ରେଜଲ୍ଟ?
ଓଡ଼ିଶା ବୋର୍ଡ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଅନଲାଇନ୍ରେ ଉପଲବ୍ଧ ହେବ। ରେଜଲ୍ଟ ପ୍ରକାଶ ପାଇବା କ୍ଷଣି ଛାତ୍ରଛାତ୍ରୀମାନେ ନିମ୍ନରେ ଦିଆଯାଇଥିବା ଅଫିସିଆଲ୍ ୱେବସାଇଟ୍ ଗୁଡ଼ିକୁ ଯାଇ ନିଜର ମାର୍କସିଟ୍ ଦେଖିପାରିବେ ଏବଂ ଡାଉନଲୋଡ୍ କରିପାରିବେ:
chseodisha.nic.in
results.odisha.gov.in
digilocker.gov.in
କେମିତି ଚେକ୍ କରିବେ ଯୁକ୍ତ ଦୁଇ ରେଜଲ୍ଟ? ଜାଣନ୍ତୁ ସହଜ ଷ୍ଟେପ୍ସ (Steps to Check Result)
ଓଡ଼ିଶା ବୋର୍ଡ ଯୁକ୍ତ ଦୁଇ ପରୀକ୍ଷା ଫଳ ସମ୍ପୂର୍ଣ୍ଣ ଅନଲାଇନ୍ରେ ପ୍ରକାଶ ପାଇବ। ନିଜର ଅନଲାଇନ୍ ମାର୍କସିଟ୍ ଡାଉନଲୋଡ୍ କରିବା ପାଇଁ ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ସହଜ ପଦକ୍ଷେପ ଗୁଡ଼ିକୁ ଅନୁସରଣ କରିପାରିବେ:
ଷ୍ଟେପ୍ ୧: ପ୍ରଥମେ ଓଡ଼ିଶା ବୋର୍ଡର ଅଫିସିଆଲ୍ ୱେବସାଇଟ୍ (chseodisha.nic.in କିମ୍ବା results.odisha.gov.in) କୁ ଯାଆନ୍ତୁ।
ଷ୍ଟେପ୍ ୨: ୱେବସାଇଟ୍ ହୋମପେଜ୍ରେ ଥିବା ‘Results’ (ରେଜଲ୍ଟ) ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ ୩: ଏହାପରେ ’Result of Annual Higher Secondary Examination 2026 of Council of Higher Secondary Education, Odisha’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ ୪: ବର୍ତ୍ତମାନ ନିଜର ରୋଲ୍ ନମ୍ବର (Roll number) ଏବଂ ରେଜିଷ୍ଟ୍ରେସନ୍ ନମ୍ବର (Registration number) ଦେଇ ଲଗ୍-ଇନ୍ କରନ୍ତୁ।
ଷ୍ଟେପ୍ ୫: ଲଗ୍-ଇନ୍ କରିବା ମାତ୍ରେ ଆପଣଙ୍କ ଓଡ଼ିଶା ଯୁକ୍ତ ଦୁଇ ମାର୍କସିଟ୍ ସ୍କ୍ରିନ୍ରେ ଦେଖାଯିବ।
ଷ୍ଟେପ୍ ୬: ଭବିଷ୍ୟତ ସନ୍ଦର୍ଭ ପାଇଁ ଏହି ମାର୍କସିଟ୍କୁ ଡାଉନଲୋଡ୍ କରି ନିଜ ପାଖରେ ସୁରକ୍ଷିତ ରଖନ୍ତୁ।

