fbpx

ଅଗଷ୍ଟରୁ ଖୋଲିବ ସିନେମା ହଲ୍ ‌!

କରୋନା କାଳରେ ସବୁକ୍ଷେତ୍ରରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏଥିରୁ ବାଦ୍ ପଡିନି ଫିଲ୍ମ ଇଣ୍ଡଷ୍ଟ୍ରି । ସାରା ଦେଶରେ ସିନେମା ହଲ ବନ୍ଦ ପଡିଥିବା ବେଳେ ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ବେଶ୍ କ୍ଷତି ସହିବାକୁ ପଡୁଛି । ଏହାରି ମଧ୍ୟରେ ଦର୍ଶକମାନଙ୍କ ପାଇଁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆସିଛି ଏକ ଖୁସିଖବର । ଆସନ୍ତା ଅଗଷ୍ଟରୁ ଦେଶରେ ସିନେମା ହଲ ଖୋଲିବା ନେଇ ମନ୍ତ୍ରାଳୟର ସଚିବ ଅମିତ ଖରେ ଏକ ପ୍ରସ୍ତାବ ଦେଇଛନ୍ତି । କୋଭିଡ ନିୟମ ମୁତାବକ, ସାମାଜିକ ଦୂରତାକୁ ଅନୁସରଣ କରି ସିନେମା ହଲଗୁଡିକୁ ଖୋଲିବା ପାଇଁ ପରାମର୍ଶ ଦିଆଯାଇଛି ।

କିନ୍ତୁ ଏହି ପ୍ରସ୍ତାବ ଉପରେ ସିନେମା ହଲର ମାଲିକମାନେ ରାଜି ନାହାନ୍ତି । କାହିଁକି ନା, ସାମାଜିକ ଦୂରତା ଅନୁସରଣ କରିବା ଦ୍ୱାରା ହଲରେ ମାତ୍ର ୨୫% ଦର୍ଶକ ବସିପାରିବେ । ଏଥିରେ ହଲର ମାଲିକ ମାନଙ୍କୁ କ୍ଷତି ହେବ । ଅନ୍ୟପଟେ ଅଗଷ୍ଟ ୧ରୁ ଅନଲକ୍ ୩ ପାଇଁ ଆସିପାରେ ନୂଆ ଗାଉଡଲାଇନ୍, କାରଣ ଜୁଲାଇ ୩୧ରେ ଅନଲକ୍ ଶେଷ ହେବାକୁ ଯାଉଛି । ଏଥିରେ ଆଉ କିଛି ନିୟମ କୋହଳ ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.