ICSE ୧୦ମ ଏବଂ ISC ଦ୍ବାଦଶ ପରୀକ୍ଷା ରେଜଲ୍ଟ ପ୍ରକାଶିତ, ଜାଣନ୍ତୁ କେମିତି କରିବେ ଚେକ୍
ICSE ୧୦ମ ଏବଂ ISC ଦ୍ବାଦଶ ପରୀକ୍ଷା ରେଜଲ୍ଟ ପ୍ରକାଶିତ
ICSE Result: କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେଶନ ଆଜି ଦଶମ ICSE ଏବଂ ଦ୍ୱାଦଶ ISCର ରେଜଲ୍ଟ ଜାରି କରିଛି । ଏହି ବର୍ଷ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ୱେବସାଇଟକୁ ଯାଇ କରିପାରିବେ ଚେକ୍ । ଦୁଇଟି କ୍ଲାସର ଫଳାଫଳ ଆଜି ବୋର୍ଡର ମୁଖ୍ୟାଳୟରେ ପ୍ରେସ କନଫରେନ୍ସ କରି ଘୋଷଣା କରାଯାଇଛି । ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଅଫିସିଆଲ ୱେବସାଇଟକୁ ଯାଇ ଲିଙ୍କ ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ।
କେମିତି କରିବେ ଚେକ୍ :
- ପ୍ରଥମେ cisce.org ୱେବସାଇଟକୁ ଯିବାକୁ ହେବ ।
- ଏହାପରେ ହୋମପେଜରେ ICSE କିମ୍ବା ISCର ରେଜଲ୍ଟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
- ନିଜର ରୋଲ ନମ୍ବର କିମ୍ବା ୟୁନିକ ଆଇଡି ଏବଂ ଅନ୍ୟ ଆବଶ୍ୟକ ସୂଚନା ଦିଅନ୍ତୁ ।
- ସବମିଟ୍ ବଟନରେ କ୍ଲିକ ରି ନିଜର ରେଜଲ୍ଟ ସ୍କ୍ରିନରେ ଦେଖିବାକୁ ମିଳିବ ।
- ଏହାପରେ ଡାଉନଲୋଡ କରି ପିଡିଏଫ ପ୍ରଣ୍ଟଆଉଟ କାଢି ରଖନ୍ତୁ ।
କହିରଖୁଛୁ ଯେ, ICSE (ଶ୍ରେଣୀ ଦଶମ) ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ISC (ଶ୍ରେଣୀ ଦ୍ୱାଦଶ) ପରୀକ୍ଷା ଫେବୃଆରୀ ୧୨ ରୁ ଏପ୍ରିଲ ୩ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କୁ ସର୍ବଶେଷ ଅପଡେଟ୍ ପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
