fbpx

ଆଜି ଓଡ଼ିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ

ନୂଆଦିଲ୍ଲୀ, ୨୩ା୯: ଆଜି ଓଡ଼ିଶା ଗସ୍ତରେ ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି. ରମନ୍ନା । ପ୍ରଧାନ ବିଚାରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଶୁକ୍ରବାର ସନ୍ଧ୍ୟା ୭ଟା ୫୫ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଶନିବାର ସକାଳୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀ ଯିବେ । ଏହାପରେ ଦିନରେ ସେ ଜୁଡିସିଆଲ କାର୍ଯ୍ୟକ୍ରମରେ ସାମିଲ ହୋଇ ସନ୍ଧ୍ୟା ୬ଟା ୪୦ମିନିଟରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି । ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୁରୁବାର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି । ଏହି ବୈଠକରେ ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଜଷ୍ଟିସ ରମନ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ୨୦୧୯ ଓ ୨୦୨୦ ମସିହାରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ ।

Get real time updates directly on you device, subscribe now.