fbpx

OSSC ଅଫିସ ଆଗରେ ତାତିଲା ଛାତ୍ର କଂଗ୍ରେସ: ୫୦ ଜଣଙ୍କୁ ଉଠାଇନେଲା ପୋଲିସ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ କରିଛନ୍ତି ଛାତ୍ର କଂଗ୍ରେସ । ଓଏସଏସସି ନିଯୁକ୍ତିର ତଦନ୍ତ ଦାବିରେ କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ ହୋଇଥିବା ଜଣାପଡିଛି । କୋଟିପତି ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ ପରେ ତଦନ୍ତ ଦାବି କରିଛନ୍ତିି ଛାତ୍ର କଂଗ୍ରେସ କର୍ମୀ । ଏନେଇ କମିଶନଙ୍କ ଅଫିସରେ ଧସେଇ ହୋଇ ପଶିବା ବେଳେ ପୋଲିସ ସହ ଛାତ୍ର କଂଗ୍ରେସର ଧସ୍ତାଧସ୍ତି ହୋଇଛି । ଫଳରେ ୫୦ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

ତେବେ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରୁ ଓ ସମ୍ପକୀୟଙ୍କଠାରୁ ବିପୁଳ ସମ୍ପତ୍ତି ଜବତ ହୋଇଛି । ସାଢେ ୩ କୋଟିର ସମ୍ପତ୍ତି ଠାବ ପରେ ନିଯୁକ୍ତିରେ ଗଫଲତି ହୋଇଥିବା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ବିରଞ୍ଚି ସାହୁଙ୍କ ଘରୁ ଚଢାଉ କରି ସାଢେ ୩ କୋଟିର କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏହା ବ୍ୟତିତ ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।ସେହିପରି ବିରଞ୍ଚିଙ୍କ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କ ବାସଭବନରୁ ପ୍ରାୟ ଦେଢ଼ କେଜି ସୁନା ଅଳଙ୍କାର ଜବତ ହୋଇଛି । ଭୁବନେଶ୍ୱର ନୀଳାଦ୍ରୀବିହାରରେ ଦୁଇ ମହଲା କୋଠା ଠାବ ହୋଇଛି । ଏହା ବ୍ୟତିତ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି ।

Get real time updates directly on you device, subscribe now.