fbpx

ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗରେ ଭାରତକୁ କ୍ଲିନ ଚିଟ୍, ନିବେଶ ପାଇଁ ଭାରତ ଭରସାଯୋଗ୍ୟ ସ୍ଥାନ, ଧୋକା ଦେଲା ଚୀନ

ନୂଆଦିଲ୍ଲୀ : ଆମେରିକାର ଲଫର୍ମ ୱିଲମରହେଲ ଦ୍ୱାରା ଏକ ସ୍ୱତନ୍ତ୍ର ଯାଞ୍ଚରୁ ଜଣା ପଡିଛି ଯେ, ବିଶ୍ୱ ବ୍ୟାଙ୍କ ଗ୍ରୁପର ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗକୁ ନେଇ ଭାରତର ତଥ୍ୟରେ କୌଣସି ପ୍ରକାରର ଅନିୟମିତତା ହୋଇ ନାହିଁ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିବେଶ ପାଇଁ ଭାରତ ଦୁନିଆ ପାଇଁ ଏକ ପସନ୍ଦର ଏବଂ ଭରସାଯୋଗ୍ୟ ସ୍ଥାନ । ଅନ୍ୟପଟେ ଚୀନର ଚୋରି ପୁଣି ଥରେ ଧରା ପଡିଛି । ରିପୋର୍ଟ ଅନୁଯାୟୀ ରାଙ୍କିଙ୍ଗରେ ହ୍ରାସକୁ ଲୁଚାଇବା ପାଇଁ ଚୀନ ବ୍ୟାପକ ମାତ୍ରାରେ ତଥ୍ୟ ଏପଟ ସେପଟ କରିଛି ।

୨୦୧୭ରେ ଚୀନକୁ ମାନ୍ୟତାରେ ଉପରେ ରଖିବା ପାଇଁ କିଛି ଶୀର୍ଷସ୍ତରୀୟ ବ୍ୟାଙ୍କ ଅଧିକାରୀଙ୍କ ଉପରେ ଚାପ ପକାଇବା ଏବଂ ଅନିୟମିତତା ଅଭିଯୋଗ ଆସିବା ପରେ ଗତ ସପ୍ତାହରେ ବିଶ୍ୱ ବ୍ୟାଙ୍କ ନିଜର ଇଜି ଅଫ ଡୁଇଙ୍ଗ ବିଜନେସ୍ ପ୍ରକାଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟରେ କାମ କରିବାର ବାତାବରଣ, ବିଜନେସ୍ ଷ୍ଟାର୍ଟଅପର ସୁଗମତା, ଆନୁସଙ୍ଗିତ ଭିତ୍ତିଭୂମି ଓ ଅନ୍ୟ ବ୍ୟବସାୟିକ ବିକଳ୍ପର ଆକଳନ କରାଯାଇଥାଏ । ଏହି ଆଧାରରେ ସଂସ୍ଥା ନିଜର ଇଜି ଅଫ ଡୁଇଙ୍ଗ ବିଜନେସ୍ ରିପୋର୍ଟ ପ୍ରକାଶ କରିଥାଏ ।

ଆମେରିକାର ଲଫର୍ମ ୱିଲମରହେଲ ୮୦ ହଜାର ନଥିପତ୍ରର ଅଧ୍ୟୟନ କରିଛି ଏବଂ ୨୦୨୮ ଓ ୨୦୨୦ର ଇଡିଡିବି ରାଙ୍କିଙ୍ଗରେ ନିଜର ରିପୋର୍ଟ ପ୍ରସ୍ତୁତ ପାଇଁ ବ୍ୟାପକ ଅଧ୍ୟୟନ କରିଛି । ୨୦୧୭ରେ ପୁଞ୍ଜି ସଂଗ୍ରହ ସମୟରେ ଚୀନ ନିଜର ଦବଦବା କାରଣରୁ ରିପୋର୍ଟରେ ହେରଫେର କରି ଫାଇଦା ଉଠାଇବାକୁ ସଫଳ ହୋଇଥିଲା । ସେହି ସମୟରେ ଅଧିକାରୀଙ୍କୁ ଚାପ ପକାଇନଥିଲେ ଚୀନର ରାକିଙ୍ଗ ୭୮ ରୁ ୮୫ ପର୍ଯ୍ୟନ୍ତ ହ୍ରାସ ହୋଇଥାନ୍ତା ବୋଲି ଜଣା ପଡିଥିଲା ।

ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ୟୋଙ୍ଗ ଜିମ ଏବଂ ତକ୍ରାଳୀନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ରିଷ୍ଟାଲିନା ଜର୍ଜିଆଙ୍କ ନିର୍ଦ୍ଦେଶ କ୍ରମେ ଡୁଇଙ୍ଗ ବିଜନେସ୍ ଟିମକୁ ଚୀନକୁ ୭୮ତମ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାଞ୍ଚରୁ ଏହା ମଧ୍ୟ ଜଣା ପଡିଛି ଯେ, ପୂରା ମାମଲାରେ ଚୀନ ଦ୍ୱାରା ବଡ ଧରଣର ତଥ୍ୟରେ ହେରଫେର ହୋଇଛି । ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଚୀନ ଦୁନିଆର ନିବେଶକଙ୍କୁ ନିଜର ଖରାପ ଛବି ଲୁଚାଇବା ପାଇଁ ସଭିଙ୍କୁ ଧୋକା ଦେଇଥିଲା ।

ଚୀନ ପରି ସାଉଦି ଆରବ ମଧ୍ୟ ତଥ୍ୟରେ ଗଡବଡ କରିଥିବା ଜଣା ପଡିଛି । ୨୦୨୦ରେ ସାଉଦି ଆରବ ବିଶ୍ୱ ବ୍ୟାଙ୍କକୁ ଅନେକ କଣ୍ଟ୍ରାକ୍ଟ ଦିଆଯିବା ପରିବର୍ତ୍ତେ ତା ଦେଶକୁ ଇଜି ଅଫ ଡୁଇଙ୍ଗ ବିଜନେସ୍ ତାଲିକାରେ ଜୋର୍ଡାନଠୁ ଉପରେ ରଖିବାକୁ ଚାପ ପକାଇଥିଲା । ଶେଷ ମୁହୂର୍ତ୍ତରେ ହୋଇଥିବା ପରିବର୍ତ୍ତନ କାରଣରୁ ଅଜରବୈଜାନକୁ ଅନେକ ଅଙ୍କ ହରାଇବାକୁ ପଡିଥିଲା ।

Get real time updates directly on you device, subscribe now.