fbpx

ଶୀତଦିନେ ରୂପି ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଉପାୟ

ଶୀତର ପ୍ରଭାବରେ ତ୍ୱଚା ସହ କେଶ ଓ କେଶମୂଳ ମଧ୍ୟ ଶୁଷ୍କ ହୋଇଯାଏ। ଯାଦ୍ୱାରା ଅଧିକ ପରିମାଣରେ ରୂପି ହୋଇଥାଏ। କେଶ ମୂଳ କୁଣ୍ଡାଇ ମଧ୍ୟ ହୋଇଥାଏ। ମୁଣ୍ଡର ରୂପି ମୁହଁରେ ଖସିଲେ ମୁହଁକୁ ତେଲିଆ କରିବା ସହ ବ୍ରଣ ମଧ୍ୟ ହୋଇଥାଏ। ରୂପି କେଶ ଝଡ଼ିବାର ମଧ୍ୟ ଏକ ପ୍ରଧାନ କାରଣ। ରୂପି ହେବା ମାନେ ମୁଣ୍ଡ କେଶ ଦୁର୍ବଳ ହୋଇପଡ଼େ ଓ ତାହା ଛିଣ୍ଡିବା ଆରମ୍ଭ କରେ। ଯଦି ବ୍ରଣ ଓ କେଶ ଝଡ଼ିବା ପରି ସମସ୍ୟା ସବୁ ଅନୁଭବ କରୁଛନ୍ତି ତେବେ ଆଗ ମୁଣ୍ଡରୁ ରୂପି କମ୍‌ କରନ୍ତୁ। ସେ ସବୁ ସମସ୍ୟା ଆପେ କମ୍‌ ହୋଇଯିବ। ରୂପି ଦୂର ହେବା ପାଇଁ ବଜାରରେ ବହୁ ପ୍ରକାରର ସାମ୍ପୋ ମିଳିଥାଏ। ମାତ୍ର ତାହାକୁ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇନଥାଏ। ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ କିଛି ସହଜ ଘରୋଇ ଉପାୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ….

– ନିୟମିତ କେଶକୁ ୨ ରୁ ୩ଥର କୁଣ୍ଡାନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

– ଟମାଟୋ ରସରେ ମୁଲତାନୀ ମାଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଲଗାଇ କମିଛି ସମୟ ରଖନ୍ତୁ। ଏହା ଶୁଖିଗଲେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ କିମ୍ବା ୨ଥର ଏହାକୁ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।

– ମେଥି ଦାନାକୁ ଭିଜାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁୂ। ଏହାକୁ କେଶ ମୂଳରେ ଲଗାନ୍ତୁ। ଶୁଖିଯିବା ପରେ କେଶ ଧୋଇ ଦିଅନ୍ତୁ।

– ନଡ଼ିଆ ତେଲ କିମ୍ବା ଅଲିଭ୍ ଅଏଲରେ କର୍ପୂର ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ।

–ନିଜ ବାଡ଼ିରେ କିମ୍ବା କୁଣ୍ଡରେ ଘିକୁଆଁରି ବା ଆଲୋବେରା ଗଛ ଲଗାନ୍ତୁ। ଘିକୁଆଁରିରୁ ଖଣ୍ଡେ ଆଣି ତା’ର ଲାଳକୁ ମୁଣ୍ଡରେ ଲଗାଇବା ଦ୍ବ‌ାରା ରୁପି ସମସ୍ୟା ଦୂର ହୋଇଥାଏ।

Get real time updates directly on you device, subscribe now.