fbpx

ବାହାର ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୨୯ା୪(ଓଡ଼ିଶା ଭାସ୍କର): କରୋନା ନେଇ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦ଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱଗୁଣିତ ହୋଇଛି । ରାଜ୍ୟ ବାହାରୁ ଆସବାକୁ ଥିବା ଲୋକ ଆମ ନିଜର ବୋଲି ସେ କହିଛନ୍ତି । ତେଣୁ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କୋଲକାତା, ନିଜାମୁଦ୍ଧିନ ଫେରନ୍ତାଙ୍କ ଦାୟିତ୍ୱ ନେବାକୁ କହିଛନ୍ତି । ସର୍ବାଧିକ ଆକ୍ରାନ୍ତ ରାଜ୍ୟରୁ ଲୋକେ ଫେରିବେ, ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସମସ୍ତେ ସହଯୋଗ କଲେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିିବ । ଏହାସହ ସେ କହିଛନ୍ତି ଯେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ଆରମ୍ଭ କରିଛି । ଓଡ଼ିଶା ଅନ୍ୟ ରାଜ୍ୟ ଅପେକ୍ଷା ଭଲ ସ୍ଥିତିରେ ରହିଛି । ଆପଣମାନଙ୍କ ଟିକେ ହେଳା ସମସ୍ତଙ୍କୁ ବିପଦ ମୁହଁକୁ ଠେଲି ଦେଇପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ତେଣୁ ସମସ୍ତେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ୧୦ପ୍ରତିଶତଙ୍କ ଲୋକଙ୍କ ଭୁଲ ଦ୍ୱାରା ସମସ୍ୟା ୧୦୦ଗୁଣ ବଢ଼ିଯିବ । ସରକାରଙ୍କ ନିୟମ ମାନିଲେ ଓଡ଼ିଶା ଦେଶରେ କରୋନା ମୁକାବିଲା କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ।

Get real time updates directly on you device, subscribe now.