fbpx

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନା, ଜାଣନ୍ତୁ ଏନେଇ କ’ଣ କହିଲେ ମୁଖ୍ୟ ଦାବିଦାର ଟିଏସ୍ ସିଂହଦେବ

ନୂଆଦିଲ୍ଲୀ: ଛତିଶଗଡ଼ରେ କଂଗ୍ରେସ ସରକାରର ଅଢ଼େଇ ବର୍ଷିଆ ଫର୍ମୂଲାକୁ ନେଇ ବିବାଦ ଜୋର ଘନେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେଣୁ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଜାଗାରେ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ଚାଲିଛି । ଗତକାଲି ରାତିରେ ସିଂହଦେବ ଦିଲ୍ଲୀରୁ ରାୟପୁର ଫେରିବା ପରେ ଏନେଇ ଏକ ବଡ଼ ବୟାନ ଦେଇଥିଲେ । ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ବର୍ତ୍ତମାନ ତର୍ଜମା ଚାଲିଥିବା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ସିଂହଦେବ କହିଛନ୍ତି ଯେ, ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଅଚାନକ ଭାବେ ହୋଇନାହିଁ । ଏହି ନିଷ୍ପତ୍ତି ପଛରେ ହାଇକମାଣ୍ଡଙ୍କ ଇଚ୍ଛାଶକ୍ତି ନିହିତ ରହିଛି । ହାଇକମାଣ୍ଡ ଯାହା ନିର୍ଣ୍ଣୟ ନେବେ, ତାହା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେଉଛି ହାଇକମାଣ୍ଡଙ୍କର ଇଚ୍ଛାଧୀନ ବ୍ୟାପାର । ରାଜ୍ୟ କଂଗ୍ରେସରେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ଦେଖାଯାଉଥିବା ସେ କହିଥିଲେ ।

Get real time updates directly on you device, subscribe now.