fbpx

୨ଟି ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ତିର୍ତ୍ତୋଲ ଅଞ୍ଚଳ ମହାନଦୀ ଉପରେ ହାଇଲେବଲ ସେତୁର ହୋଇଛି ଶିଳ୍ୟାନ୍ୟାସ । ୨ ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ-ପୋଷଳ, ଓ ଜଇପୁର-କଟିକଟା ସେତୁର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦିଆଯାଉଛି । ଗତ ୨୦ ବର୍ଷରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ୨ଟି ସେତୁ ଦ୍ୱାରା ୨୮ଟି ଗ୍ରାମ ପଞ୍ଚାୟତର ଲୋକ ସୁବିଧା ପାଇବେ ।’

Get real time updates directly on you device, subscribe now.