fbpx

ଏଣିକି ଅଫିସ୍ କାମ ଅନଲାଇନରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେ ନାହିଁ । ଘରେ ବସି ଅନଲାଇନରେ ସବୁ ସୁବିଧା ପାଇବେ ଜନସାଧାରଣ । ସବୁ କାରବାର ଅନଲାଇନରେ ହେବ । ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ମୋ ସରକାର ଅଧିନରେ ରହିବ । ଏହା ସହ ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ଅଗ୍ରାଧିକାର ଦିଆଯାଇଛି । ବିଶ୍ୱ ପର୍ଯ୍ୟଟନରେ ଓଡିଶା ନୂଆ ସ୍ଥାନ ହାସଲ କରିଛି ।’

ଏହା ସହ ମୁଖ୍ୟମନ୍ତ୍ରୀର କହିଛନ୍ତି, ‘ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମେଇ ପାରିଛୁ । ଚାଷୀ ଆୟ ଦୁଇଗୁଣ କରିବାରେ ଆମେ ଏକମାତ୍ର ରାଜ୍ୟ । କାଳିଆ ଏବେ ଦେଶ ପାଇଁ ମଡେଲ ଯୋଜନା ହୋଇଛି । ଆମ ସ୍ୱାସ୍ଥ୍ୟ ଯୋଜନା ମାଗଣାରେ ଉପଲବ୍ଧ ହେଉଛି । ମ୍ୟାଲେରିଆ ନିରାକରଣରେ ଓଡିଆ ଆଗରେ ରଖିଥିବା ବେଳେ ମହିଳା ସଶକ୍ତିକରଣ, ମିଶନ ଶକ୍ତି ଆମର ଉଦାହରଣ ହୋଇଛି । ଲୋକଙ୍କୁ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଛି । ଜଗା ମିଶନ ଜରିଆରେ ୫୭ ହଜାର ଲୋକ ଉପକୃତ ହେଉଛନ୍ତି ।’

Get real time updates directly on you device, subscribe now.