fbpx

Video: ଦପ୍ତରରେ କାର୍ଯ୍ୟ ଛାଡ଼ି ମେଡିକାଲରେ ପହଞ୍ଚିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ୧୦ ବର୍ଷର ବାଳକର କଲେ ଅସ୍ତ୍ରୋପଚାର

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ତାଙ୍କ ରାଜନୈତିକ ଦାୟିତ୍ୱରୁ ଦୂରେଇ ଯାଇ ବୁଧବାର ଏକ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି । ସେ ତ୍ରିପୁରା ମେଡିକାଲ କଲେଜ (ଟିଏମସି) ରେ ୧୦ ବର୍ଷର ବାଳକ ଉପରେ ଏକ ଦାନ୍ତ ଅସ୍ତ୍ରୋପଚାର କରିଥିଲେ । ମାଣିକ ସାହା ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଏବଂ ଦୀର୍ଘ ଦିନ ଧରି ଚିକିତ୍ସା କ୍ଷେତ୍ର ସହିତ ଜଡିତ ଥିଲେ । ମୁଖ୍ୟମନ୍ତ୍ରୀ ମାଣିକ ସାହା ୧୦ ବର୍ଷର ଶିଶୁର ସର୍ଜରୀ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମିଡିଆ ରିପୋର୍ଟ ଅନୁଯାୟୀ ପିଲାଟିର ପାଟିର ଉପର ଭାଗରେ ସିଷ୍ଟିକ୍ ବୃଦ୍ଧିରେ ସମସ୍ୟା ହୋଇଥିଲା । ଏହି କାରଣରୁ ଶିଶୁର ସାଇନସ୍ ର ଅସ୍ଥି ପ୍ରଭାବିତ ହେଉଥିଲା । ଏଭଳି ପରିସ୍ଥିତିରେ ତ୍ରିପୁରା ମେଡିକାଲ କଲେଜରେ ଏହି ବିଭାଗର ପ୍ରଫେସର ଥିବା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କୁ ନିଆଯାଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ନିଜେ ଶିଶୁର ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୭ ଜଣ ସଦସ୍ୟଙ୍କ ଏକ ଟିମ୍ ପ୍ରାୟ ଏକ ଘଣ୍ଟା ପାଇଁ ଶିଶୁର ଅସ୍ତ୍ରୋପଚାର କରିଥିଲେ । ଡକ୍ଟର ଅମିତ ଲାଲ ଗୋସ୍ୱାମୀ, ଡକ୍ଟର ପୂଜା ଦେବନାଥ, ଡକ୍ଟର ରୁଦ୍ର ପ୍ରସାଦ ଚକ୍ରବର୍ତ୍ତୀ, ଡକ୍ଟର ସ୍ମିତା ପାଲ, ଡକ୍ଟର କାଞ୍ଚନ ଦାସ, ଡକ୍ଟର ଶର୍ମିଷ୍ଟା ବନିକ ସେନ ଏବଂ ଡକ୍ଟର ବୈଶାଲୀ ସାହା ଏହି ଡାକ୍ତରୀ ଦଳର ଏକ ଅଂଶ ଥିଲେ । ଅସ୍ତ୍ରୋପଚାର ପରେ ଝିଅଟିର ଅବସ୍ଥା ଭଲ ହୋଇଯାଉଛି ।

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତ୍ରିପୁରା ମେଡିକାଲ କଲେଜର ଓରାଲ୍ ଏବଂ ମ୍ୟାକ୍ସିଲୋଫ୍ୟାସିଆଲ୍ ବିଭାଗର ମୁଖ୍ୟ ଥିଲେ ମାଣୀକ ସାହା । ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ସାହା କହିଛନ୍ତି, ‘ମୁଁ ସ୍ଥିର କରିଥିଲି ଯେ ଆଜି ସକାଳେ ମୁଁ କୌଣସି ପ୍ରଶାସନିକ କିମ୍ବା ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହିବି ନାହିଁ, ବରଂ ଅପରେସନ୍ ଥିଏଟରକୁ ଫେରିବି । ରୋଗୀଙ୍କୁ ସାହାଯ୍ୟ କରିବାର ମୋର ମୂଳ ବୃତ୍ତିକୁ ଫେରିବା ଏହି ଅନୁଭବ ବହୁତ ଭଲ ଥିଲା ଏବଂ ମୁଁ ବହୁତ ଭଲ ଅନୁଭବ କରୁଛି।’

Get real time updates directly on you device, subscribe now.