fbpx

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ରଥଯାତ୍ରରେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବେ ନବୀନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଜୋର୍‌ ଧରିଥିବାବେଳେ ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋର୍‌ସୋର୍‌ରେ ଆଗେଇ ଚାଲିଛି । ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ମାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସେ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିବାର ସୂଚନା ଦିଆଯାଇଛି । ପ୍ରକଳ୍ପ ଅଞ୍ଚଳକୁ ରଙ୍ଗ ବେରଙ୍ଗ ଗଛରେ ସଜାଯାଇଥିବାବେଳେ ଆଲୋକୀକରଣ ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ଉକ୍ରଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍‌ ପଥରରେ କାମ କରାଯାଇଛି । ଏହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବାରୁ ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି ।

Get real time updates directly on you device, subscribe now.