fbpx

ଓଡ଼ିଶାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଯାତାୟତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ତେଣୁ ବାହାର ରାଜ୍ୟରେ ଯେପରି ଓଡ଼ିଶାର ଲୋକ ଫସି ରହିଛନ୍ତି ସେହିପରି ଅନ୍ୟରାଜ୍ୟର ଲୋକ ଆମ ରାଜ୍ୟରେ ମଧ୍ୟ ଫସି ରହିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପ୍ରାବସୀମାନଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି । ଠିକ୍ ସେହିପରି ଆମ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟରେ ପହଞ୍ଚିବା ପାଇଁ ବ୍ୟବସ୍ଥା ହୋଇଛି ।
ଆଜି ଓଡ଼ିଶାରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କ ଯାତାୟତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଥିବା ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା କରାଯାଇଛି । ନିଜ ଲୋକ ପରି ସେବା ଓ ଯତ୍ନ ନେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ରହିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଏହାସହ ସ୍ୱାସ୍ତ୍ୟ ପରୀକ୍ଷା, ଖାଦ୍ୟପେୟ ସହ ସୁରକ୍ଷିତ ଭାବେ ତାଙ୍କୁ ବସରେ ପଠାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.