fbpx

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମିଳିଲା ହତ୍ୟା ଧମକ, କହିଲା- ‘୪ ଦିନରେ ଯାହା କରୁଛ କର’

ଲକ୍ଷ୍ନୌ,୪ ।୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ୟୁପି ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ନମ୍ବରରେ ଏହି ଧମକପୂର୍ଣ୍ଣ ହତ୍ୟା ମେସେଜ ଆସିଛି । ୪ ଦିନରେ ଯାହା କରିବା କଥା କର ବୋଲି ଧମକ ଦେଇଥିବା ବ୍ୟକ୍ତି ଚ୍ୟାଲେଞ୍ଜ କରି କହିଛି । ଏହି ଧମକପୂର୍ଣ୍ଣ ଆସିବା ପରେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଏନେଇ ଆଲର୍ଟ ରହିବା ସହ ମେସେଜ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଛାନଭିନ୍ ଜାରି ରଖିଛି ।

ତେବେ କୁହାଯାଉଛି ଯେ, ୨୯ ଏପ୍ରିଲ ସନ୍ଧ୍ୟାରେ ୟୁପି ପୋଲିସର ଜରୁରୀକାଳୀନ ସେବା ୧୧୨ ହ୍ୱାଟ୍ସଆପ ନମ୍ବରକୁ କେହି ଜଣେ ସନ୍ଦିଗ୍ଧ ବ୍ୟକ୍ତି ମେସେଜ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତନାଥଙ୍କୁ ଜୀବନରୁ ମାରିଦେବାକୁ କହିଥିଲା । ସନ୍ଦିଗ୍ଧ ବ୍ୟକ୍ତିକୁ ଧରିବା ପାଇଁ ପୋଲିସ ନମ୍ବର ଯାଞ୍ଚ କରବା ସହ ଲୋକେସନ ଟ୍ରେସ କରୁଛି । ଏହା ପୂର୍ବରୁ ୨୦୨୦ରେ ଯୋଗୀଙ୍କୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଥିଲା ।

Get real time updates directly on you device, subscribe now.