fbpx

ଆସନ୍ତା ୩ରୁ କଟକରେ ସ୍ୱେଚ୍ଛାକୃତ ଲକଡାଉନ୍

କଟକ ୩୦ ।୪ (ଓଡ଼ିଶା ଭାସ୍କର) : କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଦିଆଯାଉଛି ଗୁରୁତ୍ୱ । ଆସନ୍ତା ୩ ତାରିଖରୁ ୧୫ ତାରିଖ ଯାଏ ସଂଘ ସ୍ୱେଚ୍ଛାକୃତ ଭାବେ ଲକଡାଉନ୍ ନେଇ ଘୋଷଣା କରାଯାଇଛି । ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇ CMCକୁ ଜଣାଯାଇଛି । ସକାଳୁ ଖୋଲା ରହିବ ଦୋକାନ । ଦିନ ୨ଟା ପରେ ଦୋକାନ ବଜାର ସମ୍ପର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ୟବସାୟୀ ସଂଘ । କେବଳ ମେଡିସିନ୍ ଦୋକାନକୁ ବାଦ ଦେଲେ ଅନ୍ୟାନ୍ୟ ଦୋକାନ ସବୁ ବନ୍ଦ ରହିବ । ବ୍ୟବସାୟୀ ସଂଘର ଏଭଳି ନିଷ୍ପତ୍ତିକୁ CMC ପକ୍ଷରୁ ସ୍ୱାଗତ ଜଣାଯାଇଛି । ପ୍ରେସମିଟ୍ କରି ସୂଚନା ଦେଲେ CMC କମିଶନର ଅନନ୍ୟା ଦାସ ।

Get real time updates directly on you device, subscribe now.