fbpx

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି: ସିଏନଜି-ପିଏନଜି ଉପରେ ୧୦% ଭାଟ୍ ହ୍ରାସ

ନୂଆଦିଲ୍ଲୀ: ଦୀପାବଳି ପୁର୍ବରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଆଣି ଦେଇଛନ୍ତି ରାଜ୍ୟ ସରକାର । ଦୀପାବଳି ପୁର୍ବରୁ ପାଇପ୍ ପ୍ରାକୃତିକ ଗ୍ୟାସ୍ (ପିଏନଜି) ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ୍ (ସିଏନଜି) ମୂଲ୍ୟ ହ୍ରାସ ପାଇଛି । ଏହି ଦୁଇ ପ୍ରକାର ଗ୍ୟାସ୍ ଉପରେ ୧୦ ପ୍ରତିଶତ ଭାଟ୍ ଗୁଜରାଟ ସରକାର ହ୍ରାସ କରିଛନ୍ତି । ବର୍ତ୍ତମାନ ଅହମଦାବାଦରେ ଏନେଜି ଦର ୮୩.୯ ଟଙ୍କା, ଗାନ୍ଧୀନଗରରେ ୮୨.୧୬ ଟଙ୍କା ରହିଛି ।

ସିଏନଜିରେ ଟିକସ କାଟିବା ପରେ ଗ୍ରାହକମାନେ କିଲୋଗ୍ରାମରୁ ₹ ୬ ରୁ ୭ ଲାଭ ପାଇପାରିବେ। ଯେତେବେଳେ କି ପିଏନଜି ର ମୂଲ୍ୟ କିଲୋଗ୍ରାମ ପାଇଁ ₹ ୫ ରୁ ୬ ହ୍ରାସ ହୋଇପାରେ। ଆଗାମୀ ଦିନରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଲୋକମାନଙ୍କୁ ଏହି ରିଲିଫ୍ ଦିଆଯାଇଛି। ତେବେ ଗୁଜୁରାଟର ତାରିଖ ଏପର୍ୟ୍ୟନ୍ତ ନିର୍ବାଚନ ଆୟୋଗ ଘୋଷଣା କରି ନାହାଁନ୍ତି। ଯେଉଁଠାରେ ହିମାଚଳ ପ୍ରଦେଶ ପାଇଁ ମତଦାନର ତାରିଖ ଘୋଷଣା କରାଯାଇଛି।

ନିକଟରେ ଦିଲ୍ଲୀ ଏବଂ ଏନସିଆରରେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି କରାଯାଇଛି। ଦିଲ୍ଲୀ-ଏନସିଆରରେ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (ସିଏନଜି) ମୂଲ୍ୟ ଅକ୍ଟୋବର ୮ ରୁ ବୃଦ୍ଧି କରାଯାଇଛି। ଇନ୍ଦ୍ରପ୍ରଥା ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) କେଜି ପିଛା ସିଏନଜି ମୂଲ୍ୟ ୩ ଟଙ୍କା ବୃଦ୍ଧି କରିଛି। ଏଥିସହିତ ପିଏନଜି ମୂଲ୍ୟ ମଧ୍ୟ ୩ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା, ଗୁରୁଗ୍ରାମ ଏବଂ ଗାଜିଆବାଦ ସମେତ ଉତ୍ତର ଭାରତର ଅନେକ ସହରରେ ସିଏନଜି ଏବଂ ପିଏନଜି ମୂଲ୍ୟ ବୃଦ୍ଧି ପାଇଛି।

Get real time updates directly on you device, subscribe now.