fbpx

ରୋହିତଙ୍କ ସ୍ଥାନରେ କିଏ କରିବ ଓପନିଙ୍ଗ: ଜାଣନ୍ତୁ କାହାକୁ ବାଛିଲେ କୋଚ ରହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଶେଷ ତଥା ପଞ୍ଚମ ଟି-୨୦ । ତେବେ ଏହି ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ରୋହିତ ଶର୍ମାଙ୍କ ଖେଳିବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଯଦି ରୋହିତ ଫିଟ ହୋଇ ଖେଳିବା ପାଇଁ ଉପଲବ୍ଧ ନ ହୁଅନ୍ତି ତେବେ କିଏ ତାଙ୍କ ସ୍ଥାନରେ ଓପନିଙ୍ଗ କରିବେ ସେ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଚର୍ଚ୍ଚିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଟିମ ଇଣ୍ଡିଆର ହେଡ କୋଚ ରାହୁଲ ଦ୍ରାବିଡ । ତେବେ ଦଳର ନେତୃତ୍ୱ ଭାର ଟିମ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରାହଙ୍କୁ ଦିଆଯାଇଛି ।

ରୋହିତଙ୍କ ବିକଳ୍ପ ଭାବରେ କୋଚ ରାହୁଲ ଦ୍ରାବିଡ ଜଣେ ନୁହେଁ, ୩ ଜଣ ଖେଳାଳିଙ୍କ ନାଁ ନେଇଛନ୍ତି । ନିୟମିତ ଓପନର ଭାବରେ ମୟଙ୍କ ଅଗ୍ରୱାଲ ଦଳରେ ମହଜୁଦ ରହିଛନ୍ତି । ତାଙ୍କ ବ୍ୟତୀତ ଦଳରେ ଅନ୍ୟ ବକଳ୍ପ ମଧ୍ୟ ରହିଥିବା କହିଛନ୍ତି ଦ୍ରାବିଡ । କେ.ଏସ ଭରତ ଆନ୍ଧ୍ର ତରପରୁ ଅନେକ ମ୍ୟାଚରେ ଓପନିଙ୍ଗ କରିବା ସହିତ ପ୍ରାକ୍ଟିସ ମ୍ୟାଚରେ ମଧ୍ୟ ନିଜ କଳା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦେଇ ଭରତଙ୍କୁ ଓପନିଙ୍ଗ କରିବା ପାଇଁ ପଠାଇଥିବା ନେଇ ଏକ ପ୍ରେସ କନଫରେନ୍ସରେ ସେ ପ୍ରକାଶ କରିଛନ୍ତି ।

ଭରତଙ୍କ ବ୍ୟତୀତ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ମଧ୍ୟ ରୋହିତଙ୍କ ବିକଳ୍ପ ହୋଇପାରନ୍ତି । ତେବେ ରୋହିତଙ୍କ ଫିଟନେସକୁ ଏବେ ବି ଅପେକ୍ଷା କରି ରହିଛି ଟିମ ଇଣ୍ଡିଆ । ତେବେ ଏହାପୂର୍ବରୁ ପ୍ଲେଇଙ୍ଗ-୧୧କୁ ନେଇ ଘୋଷଣା କରିପାରିବେ ନାହିଁ ବୋଲି କହିଛନ୍ତି ଦ୍ରାବିଡ । ତେବେ ପରିସ୍ତିତିକୁ ସାମନା କରିବା ପାଇଁ ଦଳ ପ୍ରସ୍ତୁତ ରହିଥିବା ଜଣାଯାଇଛି ।

ରୋହିତଙ୍କ ବ୍ୟତୀତ ଶୁଭମନ ଗିଲ ଭାରତୀୟ ଦଳର ଅନ୍ୟତମ ଓପନର ଭାବେ ମହଜୁଦ ରହିଛନ୍ତି । ନିଜର ବ୍ୟାଟିଂ ବଳରେ ଦଳକୁ ଅନେକ ମ୍ୟାଚରେ ବିଜୟ ଉପହାର ଦେଇଛନ୍ତି ଗିଲ । କୌଣସି ବୋଲର ବିରୋଧରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାରେ ସେ ମାହିର । ତେଣୁ ତାଭ୍କୁ ସାଥ ଦେଳା ଭଳି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆମେ ସ୍ତାନ ଦେବୁ ବୋଲି ରାହୁଲ ଦ୍ରାବିଡ ମତପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.