fbpx

ଆଶ୍ଚର୍ଯ୍ୟ, ୪ ବର୍ଷର ପିଲାକୁ କାମୁଡ଼ିଲା ବିଷଧର କୋବ୍ରା, ସାପର ହିିଁ ହୋଇଗଲା ମୃତ୍ୟୁ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି’ କରିପାରେ ବଳବନ୍ତ । ଅର୍ଥାତ୍ ଯାହାର ରକ୍ଷା ସ୍ୱୟଂ ଭଗବାନ କରନ୍ତି ତାଙ୍କର କେହି କିଛିବି ଅନିଷ୍ଠ କରିପାରିବେ ନାହିଁ । ଏହି ଉକ୍ତିଟି ବୋଧହୁଏ ସତ ପ୍ରମାଣିତ ହୋଇଛି ଜଣେ ୪ ବର୍ଷର ବାଳକ ପାଖରେ । କାରଣ ଏହି ଚାରିବର୍ଷର ବାଳକ ବଞ୍ଚିଯାଇଛି ଗୋଟିଏ ବିଷଧର ସାପ କାମୁଡ଼ା ପରେବି  ।

ବିହାର ଗୋପାଳଗଞ୍ଜରେ ଘଟିଛି ଘଟଣା । ଯେଉଁଠାରେ ଚାରିବର୍ଷର ବାଳକକୁ ଏକ ବିଷଧର ସାପ କାମୁଡ଼ିଥିଲା । କିନ୍ତୁ ଏହାପରେ ସାପ ଛଟ ପଟ ହୋଇ ମରିଯାଇଥିଲା । ପିଲାଟି ସଂପୂର୍ଣ୍ଣ ଭାବରେ ସୁସ୍ଥ ମଧ୍ୟ ଅଛି ।

ମିଳିଥିବା ସୂଚନା ଅନୂଯାୟୀ, ବରେଲୀ ଥାନା ମାଧୋପୁରର ରୋହିତ କୁମାରଙ୍କ ଚାରିବର୍ଷର ପୁତ୍ର ଅନୁଜ ବୁଧବାର ସନ୍ଧ୍ୟାରେ ଖେଳୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ିଦେଇଥିଲା । ସାପ କାମୁଡ଼ିବା ପରେ ସେଠାରେ ଖେଳୁଥିବା ପିଲା ଭୟରେ ପଳାଇଥିଲା ।

ତେବେ ସେଠାରେ ଥିବା ଲୋକମାନେ ଯେତେବେଳେ ସାପଟିକୁ ମାରିବାକୁ ଆସିଥିଲେ କିନ୍ତୁ ସେତେବେଳକୁ ସାପଟି ଛଟପଟ ହୋଇ ମରିସାରିଥିଲା । ତେବେ ଅନୁଜକୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ ଯେଉଁଠାରେ ଡାକ୍ତର ଅନୁଜ ସଂପୂର୍ଣ୍ଣ ସୁସ୍ଥ ଥିବା ଏବଂ କୌଣସି ବିପଦ ନଥିବା କହିଥିଲେ । ତେବେ ଏହି ବିଷଧର କୋବ୍ରା କାମୁଡ଼ିବା ପରେ ନିଜେ କିପରି ଛଟପଟ ହୋଇ ମରିଗଲା, ତାହା ସମସ୍ତଙ୍କ ପାଇଁ କୌତୂହଳ ପାଲଟିଛି ।

Get real time updates directly on you device, subscribe now.