fbpx

ଫେରିଲା ଶୀତ: ୫ ଡିଗ୍ରୀ ଖସିଲା ପାରଦ

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ରାଜ୍ୟରେ ପୁଣି ଥଣ୍ଡା ଅନୁଭୂତ ହୋଇଛି । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରାରେ ହ୍ରାସ ଘଟିଛି । ୧୨ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ଝାରସୁଗୁଡ଼ାର ତାପମାତ୍ରା ସର୍ବନିମ୍ନ ୮.୬ ଡିଗ୍ରୀ ଓ ଫୁଲବାଣୀର ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ଦୁଇଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଆଗାମୀ ୨ ଦିନରେ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.