fbpx

ପୁୁଣି ରାଜ୍ୟରେ ବଦଳିବ ପାଗ, ୨୬ରୁ ଫେରିବ ହାଡ଼ ଭଙ୍ଗା ଜାଡ଼ : ଆଜି ୮ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟରେ ବଦଳିବ ପାଗ। ୨୬ରୁ ପୁଣି ଫେରିବ ଶୀତ। ଗତ ଦୁଇ ଦିନ ଧରି ଶୀତପ୍ରକେପ କମ୍ ଥିବା ବେଳେ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଳାଗୁଡ଼ିକରେ ବର୍ଷା ସହ ମେଘୁଆ ପାଗ ଲାଗି ରହିଥିଲା । ଆଗାମୀ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ଖସିବ ତାପମାତ୍ରା ।୨୬ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ । ଏନେଇ ଭୁୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ମଙ୍ଗଳାବାର ସକାଳ ପାଇଁ ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ପାଇଁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗ ସୂଚନା ମୁତାବିକ, ୨୬ରୁ ପାଗ ବଦଳିବା ସହ ୨୭ ତାରିଖ ରାତିରେ ଥଣ୍ଡା ପ୍ରକୋପ କ୍ରମଶ ବୃଦ୍ଧି ପାଇବ । କ୍ରମାଗତ ଭାବେ ହ୍ରାସ ପାଇବ ରାତି ତାପମାତ୍ରା । ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ଖସିଯିବ ଅଚାନକ । ଏମିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଭଳି ପାଗ ହେଲେ ଜାନୁଆରୀ ଶେଷ ସପ୍ତାହରେ ରାଜ୍ୟରେ ଶୀତ ଲହରୀ ଥରାଇବ । ବର୍ତ୍ତମାନ ଦୁଇଦିନ ହେବ ରାଜ୍ୟରେ ପାଗ ମେଘୁଆ ରହିବା ସହ କେତେକ ଜାଗାରେ ବର୍ଷା ହୋଇଛି । ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଛେଚିଥିଲା । ରବିବାର ସକାଳରୁ ସୋମବାର ସକାଳ ଭିତରେ

ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଘେରିପାରେ । ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡ଼ି ଢାଙ୍କିପାରେ । ୨୬ରେ ପାଗ ପ୍ରାୟତଃ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଓ ଉପକୂଳରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । ୨୭ରୁ ରାତି ପାରଦ ଖସିବା ସହ ଥଣ୍ଡା ପ୍ରକୋପ ବଢ଼ିବ ।

 

Get real time updates directly on you device, subscribe now.