fbpx

ପୁଣି ଲେଉଟିଲା ଶୀତ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ୩ ଦିନ ପରେ ପୁଣି ବଢିବ ଶୀତ । ସର୍ବନିମ୍ନ ୪.୮ ଡିଗ୍ରୀ ରେକର୍ଡ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ୧୦ ଡିଗ୍ରୀ ତଳେ ୧୩ ଟି ସହରର ପାରଦ ରହିଛି । ସୋନପୁର ପ୍ରଥମ ହୋଇଥିବା ବେଳେ ଫୁଲବାଣୀ ୫ ଡିଗ୍ରୀ ସହ ଦ୍ୱିତୀୟ , ଅନୁଗୁଳ ୬ ଡିଗ୍ରୀ ସହ ତୃତୀୟ ସ୍ଥାନରେ । ଟିଟିଲାଗଡ଼ ୬.୫,ଦାରିଙ୍ଗବାଡ଼ି ୭.୨ ,ଝାରସୁଗୁଡା ୮.୪ ,ସମ୍ବଲପୁର , ବଲାଙ୍ଗୀର ଓ କୋରାପୁଟରେ ୯ ଡିଗ୍ରୀ ରେକର୍ଡ । ଭବାନୀପାଟଣା ୯.୩,ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ ରେକର୍ଡ । କଟକରେ ୧୦.୨ ଓ ଭୁବନେଶ୍ୱରରେ ୧୧.୩ ଡିଗ୍ରୀ ରେକର୍ଡ । ରାଜ୍ୟରେ ଆଉ ୨ ଦିନ ଥଣ୍ଡା ଲାଗି ରହିବା ପରେ ତାପମାତ୍ରା ବଢିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.