fbpx

ପୁଣି ଫେରିଲା ଶୀତ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୦, ଟିଟିଲାଗଡ଼ରେ ୧୦.୩, ବାରିପଦାରେ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ରାଜ୍ୟରେ ଏବେ ପାଗ ଶୁଖିଲା ଓ ଖରାଟିଆ ରହିଥିବାରୁ ପାରଦ ଧୀରେଧୀରେ ନିମ୍ନଗାମୀ ହେବାରେ ଲାଗିଛି ଓ ଶୀତ ବଢ଼ୁଛି। ଆସନ୍ତା ୩ ଦିନରେ ଆହୁରି ୩ ଡିଗ୍ରି ଖସିବ। ଜାନୁଆରି ୧୯ ତାରିଖ ଯାଏ ଶୀତର ପ୍ରକୋପ ରହିବ। ହୁଏତ ଏହା ଚଳିତ ବର୍ଷର ଶେଷ ଶୀତ ହୋଇପାରେ। ଆସନ୍ତା ୨୧ ଓ ୨୭ ତାରିଖ ଆଡ଼କୁ ରାଜ୍ୟରେ ଆଉ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ ଓ ଜାନୁଆରି ଶେଷ ୧୦ ଦିନ ଶୀତ ଗାଏବ ହୋଇଯିବ। ଯଦି ‌ଫେବ୍ରୁଆରିରେ ‌କୌଣସି ପାଣିପାଗର ନିୟାମକ ନ ରୁହେ, ହୁଏତ ଆଉ ଏକ ଶୀତ ଲହର ଆସିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.