fbpx

କରୋନା ଯୋଗୁଁ ବଦଳିଗଲା ମା’ କ୍ଷୀରର ରଙ୍ଗ, ଧଳାରୁ ହେଲା ସବୁଜ!

ନୂଆଦିଲ୍ଲୀ: କଣ କରୋନା ଭାଇରସ୍ କାରଣରୁ ମା’ କ୍ଷୀରର ରଙ୍ଗ ବଦଳି ଯାଉଛି? ଏହି ପ୍ରଶ୍ନର ଜବାବ ହେଉଛି, ହଁ । ଜଣେ ମହିଳା ଦାବି ସହିତ କହିଛନ୍ତି ଯେ, କରୋନା ସଂକ୍ରମିତ ହେବା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେଉଛି । ଧଳାରୁ ସବୁଜ ରଙ୍ଗକୁ ବଦଳିଯାଉଛି । ଏହାର ପ୍ରମାଣସ୍ୱରୂପ ସେ ଏହାର ଏକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ କ୍ଷୀର ଭର୍ତ୍ତି ହୋଇଥିବା ପାଉଚ୍ ଦେଖିବାକୁ ମିଳିଛି । ଗୋଟିଏ ପ୍ୟାକେଟ୍ ରେ ରଖାଯାଇଥିବା କ୍ଷୀର ଧଳା ଦେଖାଯାଉଥିବା ବେଳେ ଅନ୍ୟଟି ସବୁଜ ରଙ୍ଗର ଦେଖିବାକୁ ମିଳିଛି । ସବୁଜ ରଙ୍ଗର କ୍ଷୀର କୁ କୋଭିଡ୍ ସଂକ୍ରମିତ ହେବାପରେ ବୋଲି ଦର୍ଶାଯାଇଛି ।

ରିପୋର୍ଟ ଅନୁସାରେ, ଦୁଇଟି ଶିଶୁର ମାଆ ଓ ତାଙ୍କ ପିଲାମାନେ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହେବା ପରେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବ୍ରେଷ୍ଟ ମିଲ୍କ ଧଳାରୁ ସବୁଜ ହୋଇଯାଇଛି । ପ୍ରଥମେ ସେଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଣୁ ଏହାର ଏକ ଫଟୋ ସେୟାର୍ କରି ସମସ୍ତଙ୍କୁ ଜଣାଇଛନ୍ତି । ସେ ଚାହୁଥିଲେ ଯେ, ବାସ୍ତବରେ ଏହା ସତ ବୋଲି ଲୋକ ଜାଣନ୍ତୁ ।

ଉକ୍ତ ମହିଳା ଜଣକ କହିଛନ୍ତି ଯେ, କରୋନା ସଂକ୍ରମିତ ହେବାପରେ ସେ ମଧ୍ୟ ବ୍ରେଷ୍ଟ ମିଲ୍କ ପିଇଥିଲେ । ତେବେ ସେ ଆଗକୁ କହିଛନ୍ତି ଯେ, ବ୍ରେଷ୍ଟ ମିଲ୍କର ଫାଇଦା ସମସ୍ତେ ଜାଣନ୍ତି । ତେଣୁ ସେ ଯେବେ ରୋଗରେ ପୀଡ଼ିତ ଥିଲେ ତାଙ୍କୁ ଲାଗିଲା ଯେ, ତାଙ୍କୁ ବି କ୍ଷୀର ପିଇବା ଦରକାର । ତେଣୁ ଏଥିରେ ସେ କିଛି ବି ଲଜ୍ଜା ଅନୁଭବ ନ କରି ନିଜ ବ୍ରେଷ୍ଟ ମିଲ୍କ ସେ ପିଇଛନ୍ତି ବୋଲି କହିଛନ୍ତି । ତେବେ ଏନେଇ ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବ୍ରେଷ୍ଟ ମିଲ୍କର ରଙ୍ଗର ପରିବର୍ତ୍ତନ; ଇମ୍ୟୁନୋଗ୍ଲୋବିନ୍, ଶ୍ୱେତ ରକ୍ତ କଣିକା ଓ ଲ୍ୟୁକୋସାଇଟ୍ସ ବୃଦ୍ଧି କାରଣରୁ ହୋଇଥାଏ ।

Get real time updates directly on you device, subscribe now.