fbpx

ଦ୍ୱିତୀୟ ଥର ପାଇଁ ବାପା ହେଲେ କମେଡିଆନ୍ କପିଲ ଶର୍ମା, ପୁଅକୁ ଜନ୍ମ ଦେଲେ ଗିନ୍ନି

ନୂଆଦିଲ୍ଲୀ,୧ ।୨ : କମେଡିଆନ୍ କପିଲ ଶର୍ମାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆସିଛି ଗୁଡ୍ ନ୍ୟୁଜ୍ । ହାସ୍ୟ ଅଭିନେତା କପିଲ ଶର୍ମା ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ଆଜି ସକାଳେ କପିଲଙ୍କ ପତ୍ନୀ , ଗିନ୍ନି ଚତରଥ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ କପିଲ ଶର୍ମା ଏହି ଖୁସିଖବର ନିଜର ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ସେ ଟ୍ୱିଟ୍ କରି କପିଲ ଲେଖିଛନ୍ତି ଯେ, ‘ ନମସ୍କାର, ଆଜି ସକାଳେ ଆମ ଘରେ ପୁଅ ଜନ୍ମ ହୋଇଛି । ଭଗବାନଙ୍କ ଆର୍ଶିବାଦରୁ ଉଭୟ ପୁଅ ଏବଂ ମା’ ଭଲ ଅଛନ୍ତି । ଆପଣ ସମସ୍ତଙ୍କର ଢେର୍ ସାରା ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ।’

ତେବେ କିଛି ମାସ ପୂର୍ବରୁ ଗିନ୍ନି ଗର୍ଭବତୀ ଥିବା ଖବର ଫ୍ୟାନ୍ସମାନଙ୍କୁ ଜଣାଇଥିଲେ କପିଲ । ତେବେ କହିରଖିଛୁ ଯେ, କପିଲ ଏକ କନ୍ୟାରତ୍ନର ପିତା ଅଟନ୍ତି । ତାଙ୍କ ଝିଅର ନାମ ହେଉଛି ଅନାୟରା । ସୋସିଆଲ ମିଡିଆରେ କପିଲ ତାଙ୍କ ଝିଅର ଫଟୋ ମଧ୍ୟ ସେୟାର କରୁଥିବା ଦେଖିବାକୁ ମିଳେ । ଆଉ ଏବେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି । କପିଲ ଶର୍ମା ଖୁବଶୀଘ୍ର ନେଟଫ୍ଲିକ୍ସରେ ନଜର ଆସିବାକୁ ଯାଉଛନ୍ତି । ଏକ ଭିଡିଓ ଜରିଆରେ ସେ ଏହାର ଘାଷଣା କରିଛନ୍ତି ।

Get real time updates directly on you device, subscribe now.