fbpx

ଅଭିଯୁକ୍ତଙ୍କ ‘କୁଣ୍ଡଳୀ’ ହେବ ରେକର୍ଡ, ‘ସନ୍ଧାନ’ କରିବ କମିସନରେଟ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୋରି ସାମଗ୍ରୀ ଏବଂ ଏଥିରେ ସଂପୃକ୍ତ ଅପରାଧୀ ତଥ୍ୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା  । ଗୋଟିଏ କ୍ଲିକରେ ଏହି ସବୁ ତଥ୍ୟ ଏବେ ମିଳିପାରିବ  । କମିସନରେଟ ପୋଲିସ ଏଭଳି ଦୁଇଟି ଆପ୍ଲିକେସନ ପ୍ରସ୍ତୁତ କରିଛି । ଏଥରେ ଅପରାଧୀ ଏବଂ ଜବତ ହୋଥିବା ସାମଗ୍ରୀର ତାଲିକା ରହିବ । ଅପରାଧୀଙ୍କ ପୂରା ବାୟୋଡାଟା ସହ ଜବତ ହୋଇଥିବା ସାମଗ୍ରୀର ପ୍ରକୃତ ମାଲିକଙ୍କ ତଥ୍ୟ ରହିବ  । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପିୟଦର୍ଶୀ । ଦୁଇଟି ଆପ୍ଲିକେସନ ହେଉଛି ‘କୁଣ୍ଡଳୀ’ ଏବଂ ‘ସନ୍ଧାନ’ ।

‘କୁଣ୍ଡଳୀ’ ଆପ୍ ରେ ଅପରାଧୀଙ୍କ ତାଲିକା ଏବଂ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କର ସମସ୍ତ ତଥ୍ୟ ରଖାଯିବ । ସେହିଭଳି ‘ସନ୍ଧାନ’ ଆପ୍ ରେ ଚୋରି ହୋଇଥିବା ସାମଗ୍ରୀ କାହାର ଏବଂ ଏ ସଂପର୍କିତ ସମସ୍ୟ ତଥ୍ୟ ଏହି ଆପ୍ଲିକେସନରେ ରହିବ ।

Get real time updates directly on you device, subscribe now.