fbpx

ହଟହଟା ହେଲେ ହକି ଖେଳାଳି; ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଓଡ଼ିଶାର ସ୍ୱତନ୍ତ୍ର ଛବି ତିଆରି କରି ରାଜ୍ୟକୁ ଫେରିଥିବା ହକି ଖେଳାଳି ମାନଙ୍କୁ ଅପମାନିତ ହେବାକୁ ପଡିଛି । କମିଶନରେଟ ପୋଲିସର ସାମାନ୍ୟ ଭୁଲ କାରଣରୁ ଖେଳାଳି ମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି ସାମ୍ନାକୁ ଆସିଥିଲା । ଖେଳାଳିଙ୍କ ପାଇଁ କର୍ଡନ କରାଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭିତରକୁ ଛାଡି ଦେଇଥିଲେ ଏସିପି ବିଷ୍ଣୁ ପାତ୍ର । ଭୁବନେଶ୍ୱର ବିମାନବନ୍ଦରରେ ରାତି ଓଡ଼ିଆ ହକି ଖେଳାଳିଙ୍କୁ ସ୍ୱାଗତ ପାଇଁ ବିମାନବନ୍ଦରରେ ବ୍ୟାପକ ଆୟୋଜନ କରାଯାଇଥିଲା । ପରିବାର ସଦସ୍ୟମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଏଏସ୍ ଭିନିଲ କ୍ରିଷ୍ଣା, ଦିଲ୍ଲୀପ ତିର୍କୀ ଏବଂ ଅଭିଜିତ୍ ପଲ୍ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ହକି ଖେଳାଳିଙ୍କୁ ସ୍ୱାଗତ ଦୂରର କଥା କମିଶନରେଟ ପୋଲିସ ପାଇଁ ଅପମାନିତ ହୋଇଛନ୍ତି ହକି ଖେଳାଳି । ଭିଡ଼ ନିୟନ୍ତ୍ରଣ ପାଇଁ ସେଠାରେ ନିୟୋଜିତ ଥିବା ପୋଲିସ ପାଇଁ ନିନ୍ଦିତ ହୋଇଛନ୍ତି ହକି ତାରକା । ଏପରିକି ପୋଲିସର ଭୁଲ ପରିଚାଳନା ପାଇଁ ମହିଳା ଖେଳାଳି ମାନେ ଦୌଡ଼ି ଗାଡିରେ ବସି ପଡିଥିବା ଦେଖିବାକୁ ମିଳିଥିଲା । ସୁରକ୍ଷା ଭୟରେ ଛତ୍ରଭଙ୍ଗ ଦେଇଥିଲେ ଖେଳାଳି । ଏପରିକି ଆଇଏଏସ ଭିନିଳକ୍ରୀଷ୍ଣା ମଧ୍ୟ ଏଭଳି ଦୃଶ୍ୟ ଦେଖି ତାଯୁବ ହୋଇଯାଇଥିଲେ ।

ଏୟାରପୋର୍ଟ ଓ ମହିଳା ଥାନାଧିକାରୀ ଙ୍କ ଭଳି ଅଭିଜ୍ଞ ଆଇଆଇସି ସେଠାରେ ଉପସ୍ଥିତ ଥିଲେ ମଧ୍ୟ ସ୍ଥାନୀୟ ଏସିପିଙ୍କ ଅପରିପକ୍ଵତା ସେଠାରେ ଜଳଜଳ ଦିଶିଥିଲା । କିଛି ପରିଚୟରେ ଥିବା ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନଙ୍କୁ କର୍ଡନ ଭିତରେ ପୁରାଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏସିପି ବିଷ୍ଣୁ ପାତ୍ର । ଯାହାଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଥିତ୍ୟ ଅପମାନିତ ହୋଇଥିବା ବେଶ ଜଳଜଳ ହୋଇ ଦିଶିଥିଲା । ପରିଚାଳନାରେ ଏଭଳି ଜଘନ୍ୟ ତ୍ରୁଟି ପାଇଁ ଓଡିଶା ଯେ ବିଶ୍ୱ ଦରବାର ରେ ନିନ୍ଦିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

Get real time updates directly on you device, subscribe now.