ପାଣ୍ଡରା ଦୁର୍ଗାପୂଜା ପାଇଁ ସଜବାଜ; ଡକ୍ଟର ତିରୁପତି ପାଣିଗ୍ରାହୀଙ୍କୁ ସମିତିର ସାଦର ନିମନ୍ତ୍ରଣ

ପାଣ୍ଡରା ଅଞ୍ଚଳର ଉନ୍ନତି ସହ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ ବଢ଼ାଇ ଆସୁଥିବା ଡକ୍ଟର ପାଣିଗ୍ରାହୀଙ୍କୁ ସମିତିର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ନିମନ୍ତ୍ରଣପତ୍ର ପ୍ରଦାନ କରି ସାଦର ଆମନ୍ତ୍ରଣ ଜଣାଇଛନ୍ତି।

ଭୁବନେଶ୍ୱର: ମା’ ସିଂହବାହିନୀଙ୍କ ଆଗମନକୁ ନେଇ ଉତ୍ସବମୁଖର ହେବାକୁ ଯାଉଛି ପାଣ୍ଡରା ଅଞ୍ଚଳ। ପାଣ୍ଡରା ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ବାର୍ଷିକ ଦୁର୍ଗାପୂଜା ଉତ୍ସବରେ ଯୋଗଦେବା ପାଇଁ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କୁ ସମିତି ପକ୍ଷରୁ ଭବ୍ୟ ନିମନ୍ତ୍ରଣ କରାଯାଇଛି।

ପାଣ୍ଡରା ଅଞ୍ଚଳର ଉନ୍ନତି ସହ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ ବଢ଼ାଇ ଆସୁଥିବା ଡକ୍ଟର ପାଣିଗ୍ରାହୀଙ୍କୁ ସମିତିର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ନିମନ୍ତ୍ରଣପତ୍ର ପ୍ରଦାନ କରି ସାଦର ଆମନ୍ତ୍ରଣ ଜଣାଇଛନ୍ତି। ପାଣ୍ଡରା ଅଞ୍ଚଳରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦ୍ୱାରା ଚିକିତ୍ସା ସେବା ସହ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥିବା ସମିତି ପକ୍ଷରୁ ଉଲ୍ଲେଖ କରାଯାଇଛି।
ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମରେ ସମିତିର ସଭାପତି ଭଗବାନ ସୁବୁଦ୍ଧି, ଉପସଭାପତି ବିନୋଦ କୁମାର ସାହୁଙ୍କ ସମେତ ବରିଷ୍ଠ ସଭ୍ୟ ପ୍ରସନ୍ନ ବେହେରା, ନୃସିଂହ ବେହେରା, ବିଷ୍ଣୁଚରଣ ଦାସ ଓ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ।

ସମିତିର କର୍ମକର୍ତ୍ତାମାନେ ଡକ୍ଟର ପାଣିଗ୍ରାହୀଙ୍କୁ ଦୁର୍ଗାପୂଜା ଉତ୍ସବରେ ଯୋଗଦେଇ ମା’ ସିଂହବାହିନୀଙ୍କ ଆଶୀର୍ବାଦ ଲାଭ କରିବାକୁ ନିବେଦନ କରିଥିଲେ। ଏହି ନିମନ୍ତ୍ରଣକୁ ଗ୍ରହଣ କରି ଡକ୍ଟର ତିରୁପତି ପାଣିଗ୍ରାହୀ ପୂଜା ଉତ୍ସବରେ ଯୋଗଦେବାକୁ ସମ୍ମତି ପ୍ରକାଶ କରିଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି।