fbpx

ଚାକିରିରୁ ବିଦାହେବେ ୧୯୩ ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହେଲା ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରିରୁ ବିଦାହେବେ ରାଜ୍ୟର ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ । ଏନେଇ ପ୍ରଥମ ପର୍ଯ୍ୟାୟରେ ୧୯୩ ଜଣ ଯନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୫୦, ୫୫ ମଧ୍ୟରେ ହୋଇଥିବ ଓ ୩୦ ବର୍ଷରୁ ଅଧିକ କାଳ ଚାକିରି କରିଥିବେ ଉକ୍ତ ଯନ୍ତ୍ରୀଙ୍କ ଚେର କଟାଯିବ । ତେବେ ଏହି ତାଲିକା ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ଏବେ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ତାଲିକା ପ୍ରସ୍ତୁତ ହୋଇଛି । କେଉଁ ଅଧିକାରୀଙ୍କ ନାମର ଭିଜିଲାନ୍ସ ମାମଲା ଅଛି, କାହାଘରେ କେତେ ଥର ରେଡ୍ ହୋଇଛି, କାହାଠାରୁ କେତେ ସମ୍ପତ୍ତି ଜବତ ହୋଇଛି, କିଏ କେତେଥର ସସପେଣ୍ଡ ହୋଇଛି, କାହା ନାମରେ କେତେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ସେସବୁକୁ ଅନୁଧ୍ୟାନ କରାଯାଇଛି । ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ଏହାର ସମୀକ୍ଷା କରି ଅପାରଗ ଓ ଦୁର୍ନୀତିଗ୍ରସ୍ତକୁ ବଛାଯିବ । ଏହାପରେ ଉଚ୍ଚସ୍ତରୀୟ କମିଟି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ତାଲିକା ପଠାଇବା ପରେ ସେଥିରେ ମୋହର ବାଜିବ । ତେବେ ପୂର୍ତ୍ତ ବିଭାଗ ଏହି ତାଲିକା ପ୍ରସ୍ତୁତ କରିଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଛି । ଏଥିସହ ବାଦ ପଡ଼ିବା ନେଇ ଯେପରି କୌଣସି ଯନ୍ତ୍ରୀ ଲବି କରିନପାରିବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି । ୫୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୩୦ ବର୍ଷରୁ ଅଧିକ ଚାକିରି କରିଥିବା ୫ ଜଣ ସର୍ବୋଚ୍ଚ ଯନ୍ତ୍ରୀ, ୧୪ ଜଣ ମୁଖ୍ୟ ଯନ୍ତ୍ରୀ, ୧୦ ଜଣ ନିର୍ବାହୀ ଯନ୍ତ୍ରୀ, ୧୨ ଜଣ ଅତିରିକ୍ତ ମୁଖ୍ୟମନ୍ତ୍ରୀ ଅଛନ୍ତି । ୫୫ ବର୍ଷରୁ ଅଧିକ ୩୦ ବର୍ଷରୁ ଅଧିକ ଚାକିରି କରିନଥିବା ୩୦ ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରହିଛନ୍ତି ।

Get real time updates directly on you device, subscribe now.