fbpx

ବୁଧ ଏବଂ ଶୁକ୍ରଙ୍କ ସଂଯୋଗ; ଏହିସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ଗତି ପରିବର୍ତ୍ତନ ବ୍ୟତୀତ ସେମାନଙ୍କ ମଧ୍ୟରେ ସଂଯୋଗ ମଧ୍ୟ ହୋଇଥାଏ । ଯାହାକି ବହୁତ ଗୁରୁତ୍ୱ ପୂର୍ଣ୍ଣ ମଧ୍ୟ । ତେବେ ଏହି ଗ୍ରହମାନଙ୍କ ମଧ୍ୟରେ ହେଉଥିବା ସଂଯୋଗ ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇ ଥାଏ । ତେବେ ପୂର୍ବରୁ ଅନେକ ଗ୍ରହମାନଙ୍କ ସଂଯୋଗ ହୋଇଥିବା ବେଳେ ବର୍ତ୍ତମାନ ଦୁଇଟି ବଡ ଗ୍ରହ ବୁଧ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ସଂଯୋଗ ହେବାକୁ ଯାଉଛି । ଫଳରେ ଏହା ଏକ ଶୁଭ ଯୋଗ ସୃଷ୍ଟି କରିବ, ଯାହାର ନାଁ ହେଉଛି ବୁଦ୍ଧାଦିତ୍ୟ ରାଜ ଯୋଗ । ତେବେ ଶାସ୍ତ୍ର ଅନୁସାରେ ଆସନ୍ତା କାଲି ବୁଧ ଗ୍ରହ ଧନୁରାଶିରେ ପ୍ରବେଶ କରିବାକୁ ଥିବା ବେଳେ ଗ୍ରହରାଜ ସୂର୍ଯ୍ୟ ମଧ୍ୟ ୧୬ ଡିସେମ୍ବର ୨୦୨୨ ରେ ଧନୁ ରାଶିରେ ପ୍ରବେଶ କରିରେ । ଯେଉଁ କାରଣରୁ ଏହି ଦୁଇ ଗ୍ରହଙ୍କ ମଧ୍ୟରେ ସଂଯୋଗ ହେବ । ଯାହାକି ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିନ୍ତୁ ଖାସ କରି ୩ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଧନବାନ ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ମଧ୍ୟ ପାଇବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ୩ ଟି ରାଶି ବିଷୟରେ …

ମେଷ: ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜ ଯୋଗ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ପ୍ରତେକ କାର୍ଯ୍ୟରେ ସଫଳତା ମିଳିବା ସହ ମାନ-ସମ୍ମାନ ବୃଦ୍ଧି ହେବ । ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ରାଜ ଯୋଗ ଅନେକ ଲାଭ ପ୍ରଦାନ କରିବ । ଏଥିସହିତ ଧନ ପ୍ରାପ୍ତିର ମଧ୍ୟ ଯୋଗ ଅଛି ।

କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜ ଯୋଗ ଅନେକ ସଫଳତା ପ୍ରଦାନ କରିବ । ଏଥିସହିତ ଦୀର୍ଘ ଦିନ ଧରି ଜୀବନରେ ଲାଗିରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ । ଏତତ୍ ବ୍ୟତୀତ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ କ୍ୟାରିୟରେ ସଫଳତା ମିଳିବ ।

ମୀନ: ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ସମୟରେ ବେପାର ବାଣିଜ୍ୟରେ ଲାଭ ହେବା ସହ ଚାକିରୀରେ ପ୍ରମୋଶନ ମିଳିବ । ଏଥିସହିତ ଅର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ ।

Get real time updates directly on you device, subscribe now.