fbpx

ଓହରିଲେ ବିଜେପି ଓ କଂଗ୍ରେସ: ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଛି ବିଜେଡି । ବରଗଡ ଜିଲ୍ଲା ପରିଷଦ ଆସନ ନିର୍ବାଚନରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଓହରିଯିବା କାରଣରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆମ୍ବାଭୋନା ବ୍ଲକ୍ ଜୋନ୍-୨ର ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ବରଗଡ ଉପ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଏହି ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି ପକ୍ଷରୁ କଳ୍ପନା ପ୍ରଧାନ, ବିଜେପିରୁ ବିନୋଦିନୀ ରାୟ ଏବଂ କଂଗ୍ରେସରୁ ପଦ୍ମିନୀ ଭୋଇ ନାମାଙ୍କନ ଦାଖଲ କରିଥିଲେ । ତେବେ ସୋମବାର ଉଭୟ ବିନୋଦିନୀ ରାୟ ଏବଂ ପଦ୍ମିନୀ ଭୋଇ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ଫଳରେ କଳ୍ପନା ଅପ୍ରତିଦ୍ୱନ୍ଦୀ ଭାବରେ ବିଜୟୀ ହୋଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨.୭୯ କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଏହା ମଧ୍ୟରେ ୯୧୯୧୩ ଜଣ ୱାର୍ଡ ମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଦସ୍ୟ ଏବଂ ୮୫୩ ଜିଲ୍ଳା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

Get real time updates directly on you device, subscribe now.