fbpx

ଆସନ୍ତା କାଲି ଶପଥ ଗ୍ରହଣ କରିବେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚରଣ ସିଂ ଚନ୍ନିଙ୍କ ନାମ ଘୋଷଣା କରାଯାଇଛି । ଏହା ସହିତ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବରେ ପଞ୍ଜାବର ଦାୟିତ୍ୱ ଗ୍ରହଣ କରିବେ । ଦୁଇଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଅରୁଣା ଚୌଧୁରୀ ଏବଂ ଭରତ ଭୂଷଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଈଛି ।
ଚମକୁର ସାହିବର ୩ ଥର ବିଧାୟକ ରହିଥିବା ବରିଷ୍ଠ ଦଳିତ ନେତା ଚରଣ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି । ପୂର୍ବତନ କଂଗ୍ରେସ ସଭାପତି ସୁନୀଲ ଜାଖର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଖବର ପ୍ରକାଶ ପାଇଥିଲା । ରବିବାର ସକାଳୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସୋନି ଏହି ଖବରକୁ ଖଣ୍ଡନ କରିଥିଲେ । ଏହାପରେ ରନ୍ଧାୱାଙ୍କ ନାମ ଆସିଥିଲେ ମଧ୍ୟ ଚନ୍ନିଙ୍କୂ ମୁଣ୍ଡରେ ହାତୀ ସୁନା କଳସ ଢାଳିଥିଲା ।

Get real time updates directly on you device, subscribe now.