fbpx

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ଦିଗବିଜୟ ସିଂହ ଟ୍ୱିଟରେ କହିଛନ୍ତି କି ‘ମୋର କୋଭିଡ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏବେ ମୁଁ ଦିଲ୍ଲୀ ବାସଭବନରେ କ୍ୱାରେଣ୍ଟାଇନରେ ଅଛି । ଦୟାକରି ମୋ ସମ୍ପର୍କରେ ଆସିଥିବା ସମସ୍ତ ଲୋକମାନେ ନିଜକୁ ଆଇସୋଲେସନରେ ରଖିବାକୁ ଅନୁରୋଧ କରୁଛି । ଏହାସହ କରୋନାରୁ ନିଜକୁ ସୁରକ୍ଷିତ ରଖବା ପାଇଁ ସତର୍କତା ସହିତ ନିୟମ ମଧ୍ୟ ପାଳନ କରନ୍ତୁ ।’ ଏହାର କିଛିଦିନ ପୂର୍ବରୁ କଂଗ୍ରେସ ନେତା ରଣଦୀପ ସୁରେଜୱାଲା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନା ଅନୁସାରେ ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୮୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୦୮କୁ ବୃଦ୍ଧି ପାଇଛି । ଦିନକରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୨ ହଜାର ୯୧୭କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.